ଲୋକସଭା ସଂସଦ ଇ. ଅହମ୍ମଦଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭା ସଂସଦ ଇ. ଅହମ୍ମଦଙ୍କ  ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି।

ଗତକାଲି ରାଷ୍ଟ୍ରପତିଙ୍କ ବଜେଟ୍‌ ଅଭିଭାଷଣ ସମୟରେ ହଠାତ୍  ସେ ଅସୁସ୍ଥ ହୋଇପଡ଼ିଥିଲେ । ହଠାତ୍‌ ସେ ସଜ୍ଞାହୀନ ହୋଇପଡ଼ିବାରୁ ତୁରନ୍ତ ତାଙ୍କୁ ସଂସଦ ଭବନ ପରିସରରୁ ରାମ ମନୋହର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସରକାର ସମୟରେ ବରିଷ୍ଠ କଂଗ୍ରେସ ନେତା ଇ ଅହମ୍ମଦ ମନ୍ତ୍ରୀ ଥିଲେ।