ୟୁପି: ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ

ଉନ୍ନାଓ(ୟୁପି): ରବିବାର ଅପରାହ୍ନରେ  ଉତ୍ତରପ୍ରଦେଶର ଉନ୍ନାଓ ନିକଟରେ ମୁମ୍ବାଇ-ଲକ୍ଷ୍ନୌ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି।  ଏହି ଦୁର୍ଘଟଣାରେ ଏକ୍ସପ୍ରେସର ୧୧ଟି ବଗି  ଲାଇନଚ୍ୟୁତ ହୋଇଛି । ତେବେ ଦୁର୍ଘଟଣାରେ କେହି ମୃତ୍ୟୁବରଣ କରିଥିବା ସୂଚନା ମିଳିନାହିଁ। ହେଲେ କେତେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

ଖବରପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି  ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିସହ ରେଲୱେ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି।  ଟ୍ରାକ୍‌ ଦୁର୍ବଳ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।