ଲୋକତନ୍ତ୍ର ଲାଗି ଲୋକଙ୍କ ଉପରେ ଭରସା କରିବା ଜରୁରୀ: ମୋଦି

ନୂଆଦିଲ୍ଲୀ: ଏନ୍‌ଡିଏ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ରାଜଧାନୀ ଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ଦଳ ପକ୍ଷରୁ ଉତ୍ସପ ଆୟୋଜନ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ‘ଜରା ମୁସ୍କୁରା ଦୋ’ କାର୍ଯ୍ୟକ୍ରମ ଜରିଆରେ ଅଭିଭାଷଣ ଦେଇ ଲୋକତନ୍ତ୍ର ଲାଗି ଲୋକଙ୍କ ଉପରେ ଭରସା କରିବା ଜରୁରୀ ବୋଲି କହିଛନ୍ତି।

ସେ କହିଛନ୍ତି, “ଏହି ଦୁଇ ବର୍ଷ ମର୍ଧ୍‌ରେ ଦେଶରେ ୩୭,୦୦୦ କୋଟି ଟଙ୍କାର ଭ୍ରଷ୍ଟାଚାର କମିଛି। ଏଲ୍‌ପିଜି ଓ ରାସନ କାର୍ଡରେ ଦୁର୍ନୀତି ମଧ୍ୟ କମିଛି। ଏହି ୨ ବର୍ଷ ମଧ୍ୟରେ ଗୋଟିଏ ବି ଭ୍ରାଷ୍ଟାଚାର ଅଭିଯୋଗ ଆସିନାହିଁ।”