ଲଣ୍ଡନ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୨ ଛୁଇଁଲା, ରେଫ୍ରିଜିରେଟରରୁ ଅଗ୍ନିକାଣ୍ଡ ସନ୍ଦେହ

ନୂଆଦିଲ୍ଲୀ:ପଶ୍ଚିମ ଲଣ୍ଡନରେ ଥିବା ଗ୍ରେନ୍‌ଫେଲ୍‌ ଟାୱାରରେ ଗତକାଲି ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି। ଶତାଧିକ ଲୋକେ ଆହତ ହୋଇଛନ୍ତି।  ଅଗ୍ନିକାଣ୍ଡର ପ୍ରକୋପ ଏତେ ଭୟାବହ ଥିଲା ଯେ, ଏହାକୁ ଆୟତ୍ତ କରିବାକୁ ସ୍ଥାନୀୟ ଦମକଳବାହିନୀକୁ ୧୨ ଘଣ୍ଟା ଲାଗିଥିଲା। ପ୍ରାଥମିକ ପର୍ଯ୍ୟାୟରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ଟାୱାର ଭିତରେ ବିଭିନ୍ନ ଫ୍ଲାଟରେ ୬୦୦ ଲୋକ ଫସିଥିବା ଆଶଙ୍କା କରାଯାଉଥିଲା।

ତେବେ ନିଆଁ ଲିଭା ପାଇଁଁ ସମ୍ପୂର୍ଣ୍ଣ ଅପରେସନ ପରେ ୧୨ ଜଣଙ୍କ ମୃତ୍ୟ ଘଟିଥିବା ସ୍ଥାନୀୟ ମେଟ୍ରୋପଲିଟାନ ପୋଲିସ କହିଛି। ଏଥିସହ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ତୃତୀୟ କିମ୍ବା ତତୁର୍ଥ ତାଲାରୁ ରେଫ୍ରିଜିରେଟରରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେଶା ମେ’ ଅତ୍ୟନ୍ତ ମର୍ମାହତ ଥିବା କହିଛନ୍ତି।