ଓଜନ କମାଇଲେ ଅଫିସ୍‌ ଦେଉଛି ବୋନସ୍‌ ଟଙ୍କା : ଜାଣନ୍ତୁ କେଉଁଠି ମିଳୁଛି

ଓଜନ କମାଇଲେ ବୋନସ। ଚୀନର ଏକ କନସଲଟାନ୍‌ସି କମ୍ପାନୀ ତା’ର କର୍ମଚାରୀଙ୍କୁ ଏଭଳି କିଛି ମାଲେମାଲ୍‌ ଅଫର ଭେଟିଦେଇଛି।

କର୍ମଚାରୀଙ୍କ ଫିଟନେସ୍‌ ପାଇଁ କମ୍ପାନୀ ପକ୍ଷରୁ ‘ୱେଟ୍‌ ଲସ୍‌’ ରିୱାର୍ଡ ପ୍ରୋଗାମ କରାଯାଇଛି। ଏହି ପ୍ରତିଯୋଗିତା ପ୍ରତିମାସ କରାଯାଉଛି। ଯେଉଁ କର୍ମଚାରୀ ପ୍ରତିମାସରେ ଗୋଟିଏ କିଲୋ ଓଜନ କମାଇଥାନ୍ତି ସେମାନଙ୍କୁ ୧୮୦୦ ଟଙ୍କା ବୋନସ ମିଳିଥାଏ।  କର୍ମଚାରୀଙ୍କ ଫିଟନେସ୍‌ ପାଇଁ କମ୍ପାନୀ ଚେୟାରମ୍ୟାନ୍ ଏହି ପଦକ୍ଷେପ ନେଇଛନ୍ତି।

କମ୍ପାନୀର ଚେୟାରମ୍ୟାନ୍‌ ବାଙ୍ଗ ଜିୟୋବାୟୋ କହିଛନ୍ତି, କମ୍ପାନୀର ବହୁ ସଂଖ୍ୟକ କର୍ମଚାରୀ ମୋଟା ହୋଇଯାଉଛନ୍ତି। ଦିନ ସାରା ଅଫିସରେ ରହିବା ଯୋଗୁ ଏକ୍ସରସାଇଜ୍‌ କରିବାକୁ ସମୟ ମିଳୁନାହିଁ। ସେଥିପାଇଁ କର୍ମଚାରୀଙ୍କ ଓଜନ ବ‍ଢ଼ିଯାଉଛି। କର୍ମଚାରୀଙ୍କ ଓଜନ କମାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

Courtesy- Khas khabar