ଦିନେ କପିଲ ଦେବଙ୍କୁ ଦିୱାନା କରିଥିଲେ ଏହି ନାୟିକା, ହେଲେ…

୮୦ ଦଶକର କ୍ରିକେଟ ସୁପରଷ୍ଟାର କପିଲ ଦେବଙ୍କ କ୍ରେଜ୍‌ ଆଜି ବି ରହିଛି। ସେ ୧୯୮୩ ମସିହାରେ ଭାରତକୁ କ୍ରିକେଟ୍‌ ବିଶ୍ୱକପ ଜିତାଇଥିଲେ। ସେ କ୍ରିକେଟ୍ ଜଗତରୁ ପ୍ରତ୍ୟକ୍ଷରେ ସନ୍ୟାସ ନେଇଥିଲେ ମଧ୍ୟ ପରୋକ୍ଷରେ କ୍ରିକେଟ ସହିତ ଜଡ଼ିତ ରହିଛନ୍ତି। ବିଭିନ୍ନ ଟିଭି ଚାନେଲ୍‌ରେ କ୍ରିକେଟ ସମ୍ପର୍କିତ ବତ୍କୃତା ଦେବା କିମ୍ବା କମେଣ୍ଟ୍ରି କରୁଥିବା ବେଳେ ଅପଣ ତାଙ୍କୁ ନିଶ୍ଚୟ ଦେଖିଥିବେ। ଏମିତିରେ କପିଲ୍‌ ଦେବ ଖୁବ୍ ପ୍ରଫେସନାଲ ଲାଗନ୍ତି।କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ସେ ଖୁବ ରଙ୍ଗିନ୍‌ ମିଜାଜ୍‌ର ଥିଲେ। ଆପଣ ହୁଏତ ଜାଣି ଥିବେ କି ନାହିଁ ଏହି କ୍ରିକେଟ୍‌ ଷ୍ଟାର ଦିନେ ଜଣେ ବଲିଉଡ୍‌ ନାୟିକାଙ୍କ ପ୍ରେମରେ ପଡ଼ିଥିଲେ। ଆଜି ଆମେ ଆପଣଙ୍କୁ କପିଲ୍‌ ଦେବଙ୍କ ପ୍ରେମ କାହାଣୀ ବିଷୟରେ ଜଣାଇବୁ ଯାହା ହୁଏତ ଆପଣ ପୂର୍ବରୁ କେବେ ଜାଣି ନ ଥିବେ।

ଭାରତର ପୂର୍ବତନ କ୍ରିକେଟ କ୍ୟାପ୍‌ଟେନ୍‌ କପିଲ ଦେବଙ୍କ ନାଁ ଦିନେ ବଲିଉଡ୍‌ର ଜଣେ ହିରୋଇନ୍‌ଙ୍କ ନାଁ ସହିତ ଯୋଡ଼ି ହୋଇଯାଇଥିଲା। କୁହାଯାଉଥିଲା ଯେ କପିଲ୍‌ ଦେବ୍ କୁଆଡ଼େ ଏହି ନାୟିକାଙ୍କ ପ୍ରେମରେ ଦିୱାନା ହୋଇଯାଇଥିଲେ। ତେବେ କିଏ ଏହି ନାୟିକା ଜାଣିଛନ୍ତି କି ? ସେ ହେଲେ ବଲିଉଡ୍‌ର ଲୋକପ୍ରିୟ ନାୟିକା ସାରିକା। ପାର୍ଟି ଓ ଉତ୍ସବରେ କପିଲ୍ ଓ ସାରିକାଙ୍କର ଦେଖା-ସାକ୍ଷାତ ମଧ୍ୟ ହେଉଥିଲା। ଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ସେତେବେଳେ ବେଶ୍ ଚର୍ଚ୍ଚା ହୋଇଥିଲା।  କିନ୍ତୁ ହଠାତ୍‌ କପିଲ୍‌ ତାଙ୍କ ପିଲାବେଳର ବାନ୍ଧବୀ ରୋମୀ ଭାଟିଆଙ୍କୁ ବିବାହ କରିଥିଲେ। ବିବାହପରେ ମଧ୍ୟ କପିଲ୍ ଓ ସାରିକାଙ୍କ ଦେଖା ସାକ୍ଷାତ୍ ହେଉଥିଲା। ଏକଥାକୁ ନେଇ ବାରମ୍ବାର ଚର୍ଚ୍ଚା ହେବାରୁ ରୋମୀ ଓ କପିଲ୍‌ଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାର ଖବର ଶୁଣିବାକୁ ମିଳିଥିଲା।  କିନ୍ତୁ ପରେ ସବୁକିଛି ଠିକ୍ ହୋଇଯାଇଥିଲା। ପରେ ସାରିକା ଦକ୍ଷିଣ ଭାରତୀୟ ସୁପରଷ୍ଟାର କମଲ ହସନଙ୍କୁ ବିବାହ କରିଥିଲେ।