ଏମିତି ଥିଲା ବୀରାପ୍ପାନଙ୍କ ଲଭ୍‌ ଷ୍ଟୋରୀ, ଗୋଟିଏ କଥାରେ ଇମ୍ପ୍ରେସ୍‌ ହୋଇଯାଇଥିଲେ ତାଙ୍କ ପ୍ରେମିକା

ନୂଆଦିଲ୍ଲୀ: କୁଖ୍ୟାତ ଚନ୍ଦନ ତସ୍କର ବୀରାପ୍ପାନଙ୍କୁ କିଏ ବା ନ ଜାଣେ। ଦିନ ଥିଲା ତିନୋଟି ରାଜ୍ୟ ସରକାରଙ୍କୁ ଥରହର କରୁଥିଲେ ବୀରାପ୍ପାନ। ହାତୀଦାନ୍ତ ଚାଲାଣ ଓ ଚନ୍ଦନ କାଠ ଚାଲାଣର ମାହିର ଥିଲେ ବୀରାପ୍ପାନ। ଆଉ ବୀରାପ୍ପାନର ଅପରାଧ ତାଲିକା ମଧ୍ୟ ଖୁବ୍‌ ଲମ୍ବା।  ପାଖାପାଖି ୩୦ ବର୍ଷ ଧରି ସେ  କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ଜଙ୍ଗଲରେ ରାଜ୍‌ କରିଥିଲେ । ପ୍ରାୟ ୧୮୪ ଜଣଙ୍କୁ ହତ୍ୟା କରିଥିଲା ସେ । ୨୦୦ ହାତୀଙ୍କୁ ବି ମାରିଥିଲା।ତାଙ୍କ ପାଖରେ ପହଁଚିବା ପାଇଁ ପୋଲିସକୁ ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିଥିଲା। ତାଙ୍କୁ ଖୋଜିବା ପାଇଁ ୨୦ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥିଲ।  ତେବେ ବୀରାପ୍ପାନର ଜୀବନ କାହାଣୀ ଯେତିକି ରହସ୍ୟମୟ ତା’ର ପ୍ରେମକାହାଣୀ ମଧ୍ୟ ସେତିକି ରୋମାଞ୍ଚକର। ୨୯ବର୍ଷ ବୟସରେ ତାଙ୍କୁ  ଜଣେ ୧୬ ବର୍ଷର ଯୁବତୀ ମୁଥୁଲକ୍ଷ୍ମୀଙ୍କ ସହ ପ୍ରେମ ହୋଇଯାଇଥିଲା।  ଜଣେ ଦଳିତ ଘରର ଝିଅ ଥିଲେ ମୁଥୁଲକ୍ଷ୍ମୀ। ପ୍ରଥମ ଥର ୧୯୮୯ରେ ମୁଥୁଲକ୍ଷ୍ମୀଙ୍କ ସହ ବୀରାପ୍ପାନ ଭେଟ ହୋଇଥିଲା।

ସେହି ସମୟରେ ମୁଥୁଲକ୍ଷ୍ମୀ  ତାଙ୍କ ଗାଁ ନେରୂପୁର ଯାଉଥିଲେ।  ମୁଥୁଲକ୍ଷ୍ମୀ କାବେରୀରୁ ପାଣିଆଣିବା ସମୟରେ ବୀରାପ୍ପାନ ତାଙ୍କୁ ଦେଖିଥିଲେ। ପ୍ରଥମ ଦେଖାରେ ବୀରାପ୍ପାନ ତାଙ୍କୁ ମନ ଦେଇ ବସିଲେ। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଲୁଚାଛପା ହୋଇ ପରସ୍ପରକୁ ଭେଟାଭେଟି ହେଲେ। ଏହି ଦେଖାଚାହାଁରେ ବୀରାପ୍ପାନ ତାଙ୍କ ପ୍ରେମିକାଙ୍କୁ କିଛି କଥା କହିଥିଲେ। ବୀରାପ୍ପାନ କହିଥିଲେ ମୁଁ କେବେବି ବିବାହ କରିବା ପାଇଁ ଚାହୁଁ ନ ଥିଲି।  କିନ୍ତୁ ତମକୁ ଦେଖିବା ପରେ ମୋ ନିଷ୍ପତ୍ତି ବଦଳାଇଦେଲି। ମୁଥୁଲକ୍ଷ୍ମୀ ରାଜି ନ ହେଲେ ବୀରାପ୍ପାନ କେବେ ବି ବିବାହ କରିବେ ନାହିଁ ବୋଲି କହିଥିଲେ। ଏହାପରେ ମୁଥୁଲକ୍ଷ୍ମୀ ତାଙ୍କ ପ୍ରସ୍ତାବରେ ରାଜି ହୋଇ।ଯାଇଥିଲେ। ଉଭୟ ୧୯୯୦ରେ ବିବାହ କରିଥିଲେ। ବୀରାପ୍ପାନଙ୍କ ଏବେ ଦୁଇଟି କନ୍ୟା ସନ୍ତାନ ଅଛନ୍ତି।  ବିବାହ ପରେ ବୀରାପ୍ପାନ ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ସୀମା ଜଙ୍ଗଲରେ ବୀରାପ୍ପାନ ମୁଥୁଲକ୍ଷ୍ମୀ ସହ ରହୁଥିଲେ। ପରେ ବୀରାପ୍ପାନ ଧରାପଡ଼ିବା ପରେ ଏନ୍‌କାଉଣ୍ଟରରେ ତାଙ୍କର ମୃତ୍ୟୁ ଘଟିଥିଲା। ବୀରାପ୍ପାନଙ୍କ ଦୁଇ ଝିଅ ଏବେ  ଇଂଜିନିୟରିଂ ପଢୁଛନ୍ତି।

ବିଦ୍ର:ପ୍ରକାଶ ପାଇଥିବା ଉପର ଫଟୋଟି ବୀରାପ୍ପାନ ଉପରେ ନିର୍ମିତ ହୋଇଥିବା ଫିଲ୍ମ ପୋଷ୍ଟରର ଛବି । ଭିତରେ ପ୍ରକୃତ ଫଟୋ ଦିଆଯାଇଛି।