ଗ୍ୟାସ୍‌ ଦର ବଢ଼ିଲା

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବଢ଼ିବା ପରେ ଏବେ ଏଲପିଜି ବି ମହଙ୍ଗା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ସବ୍‌ସିଡି ଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ୨ଟଙ୍କା ୩୪ ପଇସା ବଢ଼ିଛି। ସବ୍‌ସିଡି ନଥିବା ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୪୮ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ସବ୍‌ସିଡି ନଥିବା ସିଲିଣ୍ଡରର ମୂଲ୍ୟ ୪୮.୫ ଟଙ୍କା ବଢ଼ିଥିବା ବେଳେ କୋଲକାତା ଓ ଚେନ୍ନାଇ ୪୯.୫ ଟଙ୍କା ବଢ଼ିଛି। ସେହିଭଳି ମୁମ୍ବାଇରେ ସବ୍‌ସିଡି ନଥିବା ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୪୮.୫ ଟଙ୍କା ବଢ଼ିଛି।

ଏହି ବୃଦ୍ଧି ପରେ ଦିଲ୍ଲୀରେ ସବ୍‌ସିଡି ଯୁକ୍ତ ଏଲପିଜି ସିଲିଣ୍ଡର ପାଇଁ ଗ୍ରାହକଙ୍କୁ ୪୯୩ ଟଙ୍କା ୫୫ ପଇସା ଦେବାକୁ ପଡ଼ିବ। ସେହିପରି ସବ୍‌ସିଡି ନ ଥିବା ଏଲପିଜି ସିଲିଣ୍ଡର ପାଇଁ ୬୯୮ ଟଙ୍କା ୫୦ ପଇସା ଦେବାକୁ ପଡ଼ିବ।  ମେ’ ମାସରେ ଦିଲ୍ଲୀରେ ସବସିଡ୍ ଯୁକ୍ତ ଏଲପିଜି ସିଲିଣ୍ଡର ଦର  ୪୯୧ ଟଙ୍କା ୨୧ ପଇସା ଥିଲା।  ଆଜି ଏହା ବୃଦ୍ଧି ପାଇ ୪୯୩ ଟଙ୍କା ୫୫ ପଇସା ହୋଇଛି।

କୋଲକାତାରେ ସବ୍‌ସିଡି ଯୁକ୍ତ ଏଲପିଜି ସିଲିଣ୍ଡର ଦର  ୪୯୬ ଟଙ୍କା ୬୫ ପଇସାକୁ ବୃଦ୍ଧି ପାଇଛି। ପୂର୍ବରୁ ଏହା ୪୯୪ ଟଙ୍କା ୨୩ ପଇସା ଥିଲା। ସେହିଭଳି  ମୁମ୍ବାଇରେ ସବ୍‌ସିଡି ଯୁକ୍ତ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇ ୪୯୧ଟଙ୍କା ୮୪ପଇସାରେ ପହଞ୍ଚିଛି। ପୂର୍ବରୁ ଏହା ୪୮୮ ଟଙ୍କା ୯୪ ପଇସା ଥିଲା। ଚେନ୍ନାଇରେ ସବ୍‌ସିଡି ଯୁକ୍ତ ଏଲପିଜି ସିଲିଣ୍ଡର ଦର ୪୮୧ ଟଙ୍କା  ୮୪ ପଇସା ହୋଇଛି।  ପୂର୍ବରୁ ଏହି ସିଲିଣ୍ଡର ପାଇଁ ୪୭୯ ଟଙ୍କା ୪୨ ପଇସା ଦେବାକୁ ପଡୁଥିଲା।

କୋଲକାତାରେ ଯେଉଁ ଗ୍ରାହକମାନଙ୍କ ପାଇଁ ସବ୍‌ସିଡି ସୁବିଧା ନାହିଁ ସେମାନେ ଏଲପିଜି ସିଲିଣ୍ଡର ପିଛା  ୭୨୩ ଟଙ୍କା ୫୦ ପଇସା ଦେବେ। ମୁମ୍ବାଇରେ ଏଭଳି ଗ୍ରାହକମାନଙ୍କୁ ସିଲିଣ୍ଡର ପିଛା ୬୭୧ଟଙ୍କା ୫୦ ପଇସା ଦେବାକୁ ହେବ। ଚେନ୍ନାଇରେ ଯେଉଁ ଗ୍ରାହକମାନଙ୍କ ପାଇଁ ସବ୍‌ସିଡି ସୁବିଧା ନାହିଁ ସେମାନେ ଏଲପିଜି ସିଲିଣ୍ଡର ପିଛା ୭୧୨ ଟଙ୍କା ୫୦ ପଇସା ଦେବେ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More