ରୋଗୀ ସେବା ସେମାନଙ୍କ ପାଇଁ ସବୁ କିଛି; ଭେଟନ୍ତୁ ଲକ୍ଷ୍ନୌର ତିନି ଭଉଣୀଙ୍କୁ

ଲକ୍ଷ୍ମୌ: କୁହାଯାଏ ରୋଗୀ ସେବା ମାଧବ ସେବା। ଏଭଳି ଏକ ସେବାର ବ୍ରତୀ ହୋଇଛନ୍ତି ଲକ୍ଷ୍ନୌର ତିନି ଭଉଣୀ- ସ୍ନିଗ୍ଧା, ସୁଚିତ୍ରା ଓ କବିତା ଦାସ। ରୋଗୀଙ୍କ ସେବାରେ କାଳେ ବାଧା ଆସିବ, ସେଥିପାଇଁ ବିବାହ କରି ନାହାନ୍ତି ସେମାନେ। ରୋଗୀ ସେବାରୁ ହିଁ ସେମାନଙ୍କୁ ମିଳୁଛି ଆତ୍ମ ସନ୍ତୋଷ।  ସ୍ନିଗ୍ଧା ଓ ସୁଚିତ୍ରା ଦୀର୍ଘ ଦିନ ହେବ କେଜିଏମ୍‌ୟୁରେ ରୋଗୀ ସେବା କରି ଆସୁଛନ୍ତି। କବିତା ଐସବାଗ୍‌ସ୍ଥିତ ବିଏଏମ୍‌ସିରେ କାର୍ଯ୍ୟ କରୁଛନ୍ତି।

ସ୍ନିଗ୍ଧା କହିଛନ୍ତି,“ ଆମେ ୩ ଭଉଣୀ ସାରା ଜୀବନ ରୋଗୀ ସେବା କରିବା ପାଇଁ ନିଷ୍ପତ୍ତି ନେଇଛୁ। ଏଥିପାଇଁ ଆମେ ନର୍ସିଂ ପ୍ରଫେସନ୍‌କୁ ବାଛିଛୁ।”

ସୌଜନ୍ୟ- ନବ ଭାରତ ଟାଇମ୍ସ

ଫଟୋ-ନବ ଭାରତ ଟାଇମ୍ସ