ବିମାନଯାତ୍ରାର ମଜା ଛାଡ଼ି ମଶା ଘଉଡାଇଲେ ଯାତ୍ରୀ

ନୂଆଦିଲ୍ଲୀ: ବିମାନ ଭିତରେ ମଶା ଉତ୍ପାତ। ମଶା କାମୁଡ଼ିବାରୁ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ବିମାନ ଯାତ୍ରୀ। ହାତରେ ଧରିଥିବା କାର୍ଡବୋର୍ଡ, ପେପର ଓ ଲିଫ୍ ଲେଟରେ କେତେକ ଯାତ୍ରୀ ମଶା ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଏହି ସମସ୍ୟା ସଂପର୍କରେ ବିମାନ କର୍ମଚାରୀଙ୍କ ପାଖରେ ଅଭିଯୋଗ କଲେ। ହେଲେ କର୍ମଚାରୀମାନେ ମଶା ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଶେଷରେ ଜଣେ ଯାତ୍ରୀଙ୍କୁ ବଳପୂର୍ବକ ବିମାନରୁ ଓହ୍ଲାଇ ଦେଇଥିବା  ଅଭିଯୋଗ ହୋଇଛି।

ଗତକାଲି ଲକ୍ଷ୍ନୌ-ବେଙ୍ଗଲୁରୁ ଇଣ୍ଡିଗୋ ଫ୍ଲାଇଟରେ ଏହି ସମସ୍ୟା ଦେଖାଦେଇଥିଲା। ବିମାନରେ ଗୋଟିଏ ଦୁଇଟି ମଶା ଥିଲେ ଚଳିଥାନ୍ତି। ବିମାନରେ ଭିତରେ ଥିଲେ ଶହ ଶହ ସଂଖ୍ୟାରେ ମଶା। ଲୋକଙ୍କୁ ବିମାନ ଯାତ୍ରରେ ମଜା ନେବା ବଦଳରେ ମଶାଙ୍କ ଉତ୍ପାତ ସହିବାକୁ ପଡ଼ିଥିଲା। କେତେକ ଲୋକ ମଶାଙ୍କର ଏହି ଉତ୍ପାତରେ ଚିଡ଼ି ଯାଇଥିଲେ। କିନ୍ତୁ କେହି କିଛି କହୁ ନ ଥିଲେ। ସମସ୍ତେ ମଶା ଘୋଡ଼ାଇବାରେ ବ୍ୟସ୍ତ ଥିଲେ। ଏ ସଂପର୍କରେ ବେଙ୍ଗଲୁରୁର ସୌରଭ ରାୟ ନାମକ ଜଣେ ଯାତ୍ରୀ ବିମାନ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ହେଲେ ତାଙ୍କୁ  ଯାତ୍ରୀଙ୍କ ବିମାନରୁ ବଳପୂର୍ବକ ଓହ୍ଲାଇ ଦିଆଯାଇଥିଲା।

ଅଶାଳୀନ ବ୍ୟବହାର ଓ ହାଇଜାକ୍ ଧମକ ଦେବାରୁ ସୌରଭଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ବୋଲି ବିମାନ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଥିଲା।

ଏହି ଘଟଣା ସାମ୍ନାକୁ ଆସିବା ପରେ ଇଣ୍ଡିଗୋ ଫ୍ଲାଇଟରେ ଅନେକ ସମୟରେ ମଶା ସମସ୍ୟା ହେଉଥିବା ସୋସିଆଲ ମିଡିଆରେ ବହୁ ଲୋକ ଅଭିଯୋଗ କରିଛନ୍ତି। ଏଥିପାଇଁ ବିମାନ କର୍ତ୍ତୃପକ୍ଷ କ୍ଷମା ମାଗିଛନ୍ତି।