ଆଜିଠୁ ପଟ୍ରିରେ ଦୌଡ଼ିବ ‘ତେଜସ’; ଟ୍ରେନ୍‌ରେ ମିଳିବ ପ୍ଲେନ୍‌ର ଅନୁଭୂତି

ମୁମ୍ବାଇ: ଆଜିଠାରୁ ରେଳ ଧାରଣାରେ ଦୌଡିବ ଦ୍ରୁତଗାମୀ ଟ୍ରେନ୍ ତେଜସ। ଅପରାହ୍ନ ୩ଟା୨୫ ମିନିଟରେ ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନାଲରୁ ବାହାରିବ ତେଜସ ଏକ୍ସପ୍ରେସ। ଗୋଆର କରମାଲି ଷ୍ଟେସନକୁ ଯାତ୍ରା କରିବ ଏହି ଟ୍ରେନ। କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ପତାକା ଦେଖାଇ ଏହି ନୂତନ ଟ୍ରେନର ଶୁଭାରମ୍ଭ କରିବେ।

ଘଣ୍ଟାପ୍ରତି ୨ଶହ କିଲୋମିଟର ବେଗରେ ଚାଲୁଥିବା ଏହି ଟ୍ରେନ, ବର୍ତ୍ତମାନ ୧୬୦ କିଲୋମିଟର ବେଗରେ ଚାଲିବ। ବିମାନ ଯାତ୍ରା ଭଳି ଏହି ଟ୍ରେନରେ ବିଳାସମୟ ଯାତ୍ରାର ସୁବିଧା କରିଛି ଇଣ୍ଡିଆନ ରେଲୱେ।  ଯାତ୍ରୀଙ୍କ ମନୋରଞ୍ଜନ ପାଇଁ ଏଲ୍ଇଡି ସ୍କ୍ରୀନ, ଫ୍ରିୱାଇ-ଫାଇ ସୁବିଧା ରହିଛି।  ପ୍ରତି କୋଚରେ ସୁରକ୍ଷା ନେଇ ସିସିଟିଭି କ୍ୟାମେରା, ଅଗ୍ନି ନିର୍ବାପକ ଏବଂ ସ୍ମୋକ୍ ଡିଟେକ୍ସନ ବ୍ୟବସ୍ଥା ରହିଛି। ୧୫ ବଗି ବିଶିଷ୍ଟ ଟ୍ରେନରେ ଗୋଟିଏ ଏକ୍‌ଜିକ୍ୟୁଟିଭ ଫାଷ୍ଟ ଏସି କୋଚ୍ ଓ ୧୨ଟି ଚେୟାର କାର କୋଚ୍‌ ରହିଛି।