ସିକ୍ୟୁରିଟି ଗାର୍ଡଙ୍କୁ ମାରିଥିବା ସୁରକ୍ଷାକର୍ମୀ ମୋର ନ ଥିଲେ: ମହେଶ ଶର୍ମା

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ମହେଶ ଶର୍ମାଙ୍କ ସୁରକ୍ଷାକର୍ମୀ ଗାଜିଆବାଦର  ହାଉସିଂବୋର୍ଡ ସୋସାଇଟିର ସିକ୍ୟୁରିଟି ଗାର୍ଡକୁ ମାଡ଼ ମାରିଥିବା ନେଇ ଶର୍ମା କହିଛନ୍ତି,“ସିକ୍ୟୁରିଟି ଗାର୍ଡଙ୍କୁ ମାରିଥିବା ସୁରକ୍ଷାକର୍ମୀ ମୋର ନ ଥିଲେ। ସେମାନେ ପ୍ରାଇଭେଟ ସୁରକ୍ଷାକର୍ମୀ ଥିଲେ।”

ସେ ଆହୁରି କହିଛନ୍ତି, “ମୋ ଗାଡ଼ି ଯିବା ପରେ ଏହି ଘଟଣା ଘଟିଥିଲା। ଏହି ଘଟଣା ପାଇଁ ମୁଁ ଆରଡବ୍ଲୁ ନିକଟରେ କ୍ଷମା ମାଗିଛି। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ସୁରକ୍ଷାକର୍ମୀଙ୍କୁ  ଚାକିରିରୁ ବାହାର କରି ଦିଆଯାଇଛି। ମୁଁ  ଏହାଠୁ ଅଧିକ କ’ଣ କରିପାରିବି?”

ଗତକାଲି ସଂନ୍ଧ୍ୟା ୫ଟା ବେଳେ ଗାଜିଆବାଦର ଏକ ଗ୍ରୁପର ହାଉସିଂ ସୋସାଇଟି ଫାଟକ ନିକଟରେ ସିକ୍ୟୁରିଟି ଗାର୍ଡ ମହେଶ ଶର୍ମାଙ୍କ ଗାଡ଼ିକୁ  ଅଟକାଇବା ନେଇ ମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ୩ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ମାଡ଼ ମାରିଥିଲେ।