ସ୍ୱାମୀ ଗାଧୋଉନଥିଲେ ବୋଲି ଛାଡ଼ପତ୍ର ଦେଇଦେଲେ

ଭୋପାଲ: ମଧ୍ୟପ୍ରଦେଶର ଜଣେ ମହିଳା ଛାଡ଼ପତ୍ର ପାଇଁ ଆବେଦନ କରିବା ପଛର କାରଣ ଏବେ ଯିଏ ବି ଶୁଣୁଛି ମୁଣ୍ଡରେ ହାତ ଦେଉଛି। ତାଙ୍କ ସ୍ୱାମୀ ନିୟମିତ ସେଭିଂ ହୁଅନ୍ତିନି ଏବଂ ସପ୍ତାହେ ଯାଏ ଗାଧାନ୍ତି ନାହିଁ ବୋଲି ସେ ଛାଡ଼ପତ୍ର ଦେଇଛନ୍ତି।

ଗତବର୍ଷ ବିବାହ କରିଥିବା ଏହି ଦମ୍ପତ୍ତିଙ୍କୁ ଏକ ଫ୍ୟାମିଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସେମାନେ ୬ ମାସ ଅଲଗା ରହିବେ। ଏହାପରେ ଯାଇ ଛାଡ଼ପତ୍ର ବାବଦରେ ନିଷ୍ପତ୍ତି ହୋଇପାରିବ। ଭୋପାଲ ଫ୍ୟାମିଲି କୋର୍ଟ ବିଚାରପତି ଜଷ୍ଟିସ୍‌ ଆରଏନ୍‌ ଚାନ୍ଦ ଏହି ନିର୍ଦ୍ଦେଶ ଦେଇଛନ୍ତି।

ମହିଳା ଜଣକ ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ଏକାଥରେ ୭ରୁ ୮ ଦିନ ଯାଏ ଗାଧୋଇବା ଏବଂ ସେଭିଂ କରିବା ବନ୍ଦ କରିଦେଉଛନ୍ତି। ତେବେ ଏହି ମାମଲାର କାଉନେସଲର ଶାଇଲ୍‌ ଅବସ୍ତି କହିଛନ୍ତି, ମହିଳାମାନେ ଆଜିକାଲି ଅଜବ ଅଜବ କାରଣ ପାଇଁ ଅଲଗା ହେବାକୁ ନିଷ୍ପତ୍ତି ନେଉଛନ୍ତି। ଏହି ମହିଳା ଅଭିଯୋଗ ଆଣିଥିଲେ, ତାଙ୍କ ସ୍ୱାମୀଙ୍କ ଦେହରୁ ପ୍ରବଳ ଦୁର୍ଗନ୍ଧ ବାହାରେ। ଯେତେବେଳେ ସେ ଗାଧୋଇପଡ଼ିବାକୁ କୁହନ୍ତି, ସ୍ୱାମୀ ପର୍ଫ୍ୟୁମ୍‌ ମାରିଦିଅନ୍ତି।

ପୁରୁଷ ଜଣକ ସିନ୍ଧି ଜାତିର ଏବଂ ମହିଳା ବ୍ରାହ୍ମଣ। ଉଭୟଙ୍କର କେହି ପିଲାଛୁଆ ମଧ୍ୟ ନାହାନ୍ତି। ତେବେ ମହିଳାଙ୍କ ବାପଘର ତରଫରୁ ମଧ୍ୟ ବୁଝାଯାଇଥିଲେ ହେଁ ସେ ରାଜି ହେଉନାହାନ୍ତି। ଏହା ଅନ୍ୟ ଜାତିରେ ବାହାଘର ହୋଇଥିଲେ ମଧ୍ୟ ପ୍ରେମ ବିବାହ ନୁହେଁ। ବର ପାଇଁ ନିଜ ଜାତିରେ କନ୍ୟା ନ ମିଳିବାରୁ ଏହି ବାହାଘର ହୋଇଥିଲା। ୨୦୧୬ ମସିହାରେ ଉତ୍ତରପ୍ରଦେଶର ମିରଟ୍‌ରେ ଘଟିଥିବା ଏକ ଘଟଣାରେ ଜଣେ ମୌଲାନାଙ୍କ ସ୍ତ୍ରୀ ଧମକାଇଥିଲେ ଦେଢ଼ି ନକାଟିଲେ ଆତ୍ମହତ୍ୟା କରିଦେବେ।