ମଧ୍ୟପ୍ରଦେଶ: ନଦୀକୁ ବସ୍ ଖସି ୧୫ ମୃତ, ୩୮ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶର ହୋସଙ୍ଗାବାଦ ଜିଲ୍ଲାର ଏକ ବ୍ରିଜ ଉପରୁ ଚଳନ୍ତା ବସ୍ ମଙ୍ଗଳବାର ନଦୀ ମଧ୍ୟକୁ ଖସିପଡିବାରୁ ୭ ମହିଳାଙ୍କ ସମେତ ୧୫ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣରେ ୩୮ଜଣ ଗୁରୁତର ଆହତ ହୋଇଛନ୍ତି। ବସଟି ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଇନ୍ଦୋରରୁ ଛିଣ୍ଡୱାଡାର ଚାନ୍ଦମୋଟାକୁ ଯିବା ବାଟରେ ଦୁର୍ଘଟଣାଗସ୍ତ ହୋଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତରଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ଏ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ସେ ମୃତକଙ୍କ ପରିବାରକୁ ୧.୫ଲକ୍ଷ ଟଙ୍କା, ଗୁରୁତରଙ୍କୁ ପାଇଁ ୫୦ହଜାର ଟଙ୍କା ଓ ସାମାନ୍ୟ ଗୁରୁତରଙ୍କ ପାଇଁ ୨୫ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।