ମହାମନା ଏକ୍ସପ୍ରେସର ଶୁଭାରମ୍ଭ କଲେ ମୋଦି

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶ ବାରଣାସୀ ଗସ୍ତରେ ଯାଇ ମହାମନା ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଏହି ଏକ୍ସପ୍ରେସ ବାରଣାସୀ ଓ ଦିଲ୍ଲୀ ମଧ୍ୟରେ ସପ୍ତାହକୁ ୩ଦିନ ଚାଲିବ। ଏହାସହ ମୋଦି ଏକ ସଭାରେ ଉଦବୋଧନ ଦେଇ ତାଙ୍କ ସରକାର ଗରିବ ଏବଂ ଦଳିତଙ୍କ ପାଇଁ କାର୍ଯ୍ୟ କରୁଛି ବୋଲି  କହିଥିଲେ। ଏହା ପୂର୍ବରୁ ସେ ଦିବ୍ୟାଙ୍ଗ ବା ଭିନ୍ନକ୍ଷମଙ୍କ ସୁବିଧା ପାଇଁ ବିଭିନ୍ନ ଇଲେକ୍ଟ୍ରୋନିକ ଉପକରଣ ବଣ୍ଟନ କରିଥିଲେ। ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଭିନ୍ନକ୍ଷମଙ୍କୁ ଉପକରଣ ବଣ୍ଟନ ଏକ ବିଶ୍ୱ ରେକର୍ଡ ବୋଲି କୁହାଯାଉଛି।