ଆଜି ବାପୁଜୀଙ୍କ ତିରୋଧାନ ଦିବସ: ଆସନ୍ତୁ ଜାଣିବା ବାପୁଙ୍କ ୨୧ଟି ବିଚାର

ନୂଆଦିଲ୍ଲୀ: ୩୦ ଜାନୁଆରୀ ୧୯୪୮ ଆଜିର ଦିନରେ ନାଥୁରାମ ଗଡସେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ଯେତେବେଳେ ଗାନ୍ଧିଜୀଙ୍କୁ ଗୁଳି ମରାଯାଇଥିଲା, ସେ ସମୟରେ ତାଙ୍କ ପାଟିରୁ ଶେଷ ଶବ୍ଦ ଆସିଥିଲା ‘ହେ ରାମ’। ଆମେ ଗାନ୍ଧିଜୀଙ୍କ ତିରୋଧାନ ଦିବସକୁ ସହିଦ ଦିବସ ଭାବେ ପାଳନ କରିଥାନ୍ତି। ସାରା ଜୀବନ ଅହିଂସା ଓ ସତ୍ୟ ମାର୍ଗରେ ଚାଲିଥିବା ବାପୁ ମାନବଜାତିକୁ ନା କେବଳ ମାନବତାର ପାଠ ପଢ଼ାଇଥିଲେ, ଜୀବନ ଜିଇଁବାର ପ୍ରକୃତ ଉପାୟ ମଧ୍ୟ ବତାଥିଲେ। ଗାନ୍ଧିଜୀ ଆଜି ଆମ ପାଖରେ ନାହାଁନ୍ତି ସତ, ହେଲା ତାଙ୍କ ବିଚାର ଜରିଆରେ ସେ ସବୁବେଳେ ଜୀବିତ ରହିବେ। ଆଜି ଏହି ସହିଦ ଦିବସରେ ଆସନ୍ତୁ ଜାଣିବା ଗାନ୍ଧିଜୀଙ୍କ ୨୧ଟି ମୁଖ୍ୟ ବିଚାର ସମ୍ପର୍କରେ।

୧. ବିଶ୍ୱାସକୁ ସବୁବେଳେ ତର୍କ ସହ ତୁଳନା କରାଯିବା ଦରକାର। ଯେତେବେଳେ ବିଶ୍ୱାସ ଅନ୍ଧ ହୋଇଯାଏ, ସେତେବେଳେ ସେ ମରିଯାଏ।

୨. ଯେତେଦିନ ପର୍ଯ୍ୟନ୍ତ ଭୁଲ କରିବାକୁ ସ୍ୱତନ୍ତ୍ରତା ମିଳିନାହିଁ, ସେତେଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ରତାର କିଛି ମାନେ ନାହିଁ।

୩. ପୂର୍ଣ୍ଣ ଧାରଣାର ସହ କୁହାଯାଇଥିବା ‘ନା’ କେବଳ ଅନ୍ୟଙ୍କୁ ଖୁସି କରିବା ପାଇଁ ଓ ସମସ୍ୟାରୁ ମୁକ୍ତି ପାଇବା ପାଇଁ କୁହାଯାଉଥିବା ‘ହଁ’ ଠାରୁ ଭଲ।

୪. କୌଣସି ତ୍ରୁଟି, ତର୍କ-ବିତର୍କ କରିଲେ ସତ୍ୟରେ ପରିଣତ ହେବନାହିଁ। ସେହିପରି ସତ୍ୟକୁ କେହି ଦେଖି ନଥିଲେ ବି ଏହାକୁ କେହି ଅସତ୍ୟରେ ପରିଣତ କରିପାରିବେ ନାହିଁ।

୫. ନିଜ ଭୁଲ ସ୍ୱୀକାର କରିବା ଝାଡୁ ଦେବା ସହ ସମାନ। ଯାହା ରାସ୍ତାକୁ ଚମକଦାର ଓ ସଫା କରିଦେଇଥାଏ।

୬. କାଲି ମରିବ ବୋଲି ଭାବି ଆଜି ବଞ୍ଚ। ଏମିତି ସିଖ ଯେ, ତୁମେ ସବୁଦିନ ପାଇଁ ବଞ୍ଚିବ।

୭. କାହାକୁ ବି ମୋ ଅସନା ପାଦ ସହ ଗୋଟିଏ ସମୟରେ ନିଜ ମନକୁ ମୁଁ ଆସିବାକୁ ଦେବିନାହିଁ।

୮. ମଣିଷ ସବୁବେଳେ ସେମିତି ହୋଇଯାଇଥାନ୍ତି, ଯାହା ଉପରେ ସେ ବିଶ୍ୱାସ କରିଥାନ୍ତି। ଯଦି ମୁଁ କହିବି କି ମୁଁ ଏହି କାମ କରିପାରିବି ନାହିଁ, ହୁଏତ ଏମିତି ହେବ, ସେ କାମ କରିବାକୁ ପ୍ରକୃତରେ ମୁଁ ଅସମର୍ଥ ହୋଇଯିବି। ଯଦି ମୁଁ ଭାବି ବି ମୁଁ ଏହି କାମ କରିଦେବି, ତେବେ ନିଶ୍ଚିତ ଭାବେ ଏହାକୁ କରିବାକୁ ମୁଁ ସକ୍ଷମ ହୋଇଯିବି, ଆରମ୍ଭରୁ ଏହା ମୋ ଦ୍ୱାରା ହେବାର କ୍ଷମତା ଥାଉ ଅବା ନଥାଉ।

୯. ମାନବତାରେ ବିଶ୍ୱାସ ଖୋଜ ନାହିଁ। ମାନବିକତା ସମୁଦ୍ର ସହ ସମାନ। ସମୁଦ୍ରର କେଇ ବୁନ୍ଦା ପାଣି ଖରାପ ହୋଇଗଲେ, ପୂରା ସମୁଦ୍ର ଖରାପ ହୁଏନାହିଁ।

୧୦. ଦୁନିଆରେ ଏମିତି ଲୋକ ଅଛନ୍ତି, ଯିଏ ଏତେ ଖୁସି ଅଛନ୍ତି ଯେ, ସେମାନଙ୍କୁ ଭଗବାନ ଅନ୍ୟ କୌଣସି ରୂପରେ ଦେଖାଯାଇ ନଥାନ୍ତି, କେବଳ ‘ରୁଟି’ ରୂପରେ ଦେଖାଯାଇଥାନ୍ତି।

୧୧. ଏହା କର୍ମ ଅଟେ, କର୍ମର ଫଳ ମହତ୍ୱପୂର୍ଣ୍ଣ ନୁହେଁ। ଆପଣଙ୍କୁ ଠିକ୍‌ କାମ କରିବାକୁ ପଡିବ। ହୋଇପାରେ ଏହାର ଫଳ ପାଇବା ଆପଣଙ୍କ ପାଇଁ ସମ୍ଭବ ହୋଇ ନପାରେ। ଏହାର ମାନେ ନୁହେଁ ଯେ, ଆପଣ ଠିକ୍‌ କାମ କରିବା ଛାଡିଦେବେ।

୧୨. ଏକ ସଭ୍ୟ ଘରର ସମକକ୍ଷ କୌଣସି ବିଦ୍ୟାଳୟ ନାହିଁ। ସେହିଭରି ଜଣେ ଭଲ ଅଭିଭାବକଙ୍କ ପରି ଭଲ ଶିକ୍ଷକ ନାହାନ୍ତି।

୧୩. ମୁଁ ତାକୁ ଧାର୍ମୀକ କୁହେ, ଯିଏ ଅନ୍ୟର ଦୁଃଖ ବୁଝେ।

୧୪. କେବଳ ପ୍ରସନ୍ନତା ଏକମାତ୍ର ସୁଗନ୍ଧ, ଯାହାକୁ ଆପଣ ଅନ୍ୟ ପରେ ପକାଇଲେ, ଏହାର କିଛି ବୁନ୍ଦା ଆପଣଙ୍କ ଉପରେ ବି ପଡ଼ିବ।

୧୫. ଯଦିବି ଆପଣଙ୍କ ସପକ୍ଷରେ ଅଳ୍ପ ଲୋକ ଅଛନ୍ତି, ସତ୍ୟ ସବୁବେଳେ ସତ୍ୟ।

୧୬. ଯେତେବେଳେ ମୁଁ ନିରାଶ ଥାଏ, ଇତିହାସକୁ ମନେ ପାକାଇଥାଏ କି ସତ୍ୟ ଓ ପ୍ରେମ ମାର୍ଗରେ ସବୁବେଳେ ବିଜୟ ମିଳିଥାଏ। ବହୁତ କ୍ରୁର ଓ ହତ୍ୟାକରୀ ଆସିଛନ୍ତି, କିଛି ସମୟ ପାଇଁ ସେମାନେ ଅଜୟ ଲାଗନ୍ତି, ହେଲେ ଶେଷରେ ସେମାନଙ୍କର ପତନ ହୋଇଥାଏ। ଏହାକୁ ସବୁବେଳେ ଚିନ୍ତା କରି।

୧୭. ମୋ ଅନୁମତି ବିନା କେହି ମୋତେ କ୍ଷତି ପହଞ୍ଚାଇ ପାରିବେ ନହିଁ।

୧୮. ହିଂସା ମନର ଗଣ୍ଠିକୁ ସହଜରେ ଖୋଲି ଦେଇଥାଏ।

୧୯. ଆପଣ ସେତେବେଳ ପର୍ଯ୍ୟନ୍ତ ବୁଝି ପାରିବେ ନାହିଁ କିଏ ଆପଣଙ୍କ ପାଇଁ ମହତ୍ୱପୂର୍ଣ୍ଣ, ଯେପର୍ଯ୍ୟନ୍ତ ଆପଣଙ୍କ ତାଙ୍କୁ ବାସ୍ତବରେ ହଜେଇ ନଦେବେ।

୨୦. କାହା ଉପରେ ବିଶ୍ୱାସ କରିବ ଓ ତାଙ୍କୁ ଜାଣି ନଥିବ, ଏହା ବେଇମାନୀ ସହ ସମାନ।

୨୧. ପୃଥିବୀ ସବୁ ମଣିଷଙ୍କ ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ସଂସାଧନ ପ୍ରଦାନ କରିଛି, ହେଲେ ଲୋଭ ପୂରା କରିବାକୁ ନୁହେଁ।