ମହିନ୍ଦ୍ରା ଆଣିଲା Mojo UT 300  ବାଇକ୍‌ ,ଜାଣନ୍ତୁ ଏହାର ଦର କେତେ, କ’ଣ ରହିଛି ଦମଦାର ଫିଚର

ନୂଆଦିଲ୍ଲୀ: ସୋମବାର ମହିନ୍ଦ୍ରା ଅଟୋମୋବାଇଲ କମ୍ପାନୀ ପକ୍ଷରୁ  ଭାରତରେ ଟୁ-ହୁଇଲର Mojo UT 300 ଲଞ୍ଚ କରାଯାଇଛି। କମ୍ପାନୀ ପକ୍ଷରୁ ଏହାର ମୂଲ୍ୟ ୧.୪ ଲକ୍ଷ ଟଙ୍କା  ନିର୍ଦ୍ଧାରଣ କରାଯାଇଛି। Mojo UT 300  ବାଇକ୍‌ରେ ୩୦୦ସିସି ଲିକୁଇଡ୍ କୁଲ, ୪ ବଲ୍ବ ,  ସିଙ୍ଗିଲ ସିଲିଣ୍ଡର ଇଞ୍ଜିନ ସୁବିଧା ରହିଛି। ଏହି ମୋଟର ୨୩bhp ଏବଂ ୨୫.୨ଏନ୍‌ଏମ୍ ପିକ୍‌ ଟ୍ୟାଙ୍କର ଜେନେରେଟ କରିପାରିବାର କ୍ଷମତା ରହିଛି। ଏହାର ଇଞ୍ଜିନରୁ ଟ୍ରାନ୍ସମିଶନ ପାଇଁ ୬ ସ୍ପିଡ୍‌ ଗିଅର ବକ୍ସ ଖଞ୍ଜାଯାଛି। ଅନ୍ୟାନ୍ୟ ଫିଚର ମଧ୍ୟରେ ଏହି ବାଇକ୍‌ରେ ୩୨୦ ଏମଏମ ପେଟାଲ ଫ୍ରଣ୍ଟ ଡିସ୍କ ବ୍ରେକ୍‌ ଏବଂ ୨୪୦ ଏମଏମ ୟୁନିଟ ରିଅର ରହିଛି। ସେହିପରି ୧୭ ଇଞ୍ଚର ଏମଆରଏ ଟ୍ୟୁବ୍‌ ବୀହିନ ଟାୟାର ରହିଛି।

ଏହି ବାଇକ୍‌ରେ ୨୧ ଲିଟର ତେଲ ଧାରଣ କରିବା କ୍ଷମତା ରହିଛି।  ବର୍ତ୍ତମାନ ପାଇଁ ଏହା  ଲାଲ ଏବଂ ନୀଳ ରଙ୍ଗରେ ଉପଲବ୍ଧ। ଭାରତର ୬୦ ସହରରେ ଏହି ବାଇକ୍ ବିକ୍ରି ପାଇଁ ଉପଲବ୍ଧ ରହିଛି। ଲଙ୍ଗ ଡ୍ରାଇଭ୍‌ରେ ଯିବା ପାଇଁ ଏହି ବାଇକ୍ ଖୁବ୍‌ ଆରାମଦାୟକ। ସେହିପରି ବାଇକ୍‌ଟି ଆଖି ଝଲସିଲା ଭଳି ଖୁବ୍‌ ଆକର୍ଷଣୀୟ ଭାବେ ଡିଜାଇନ୍‌ କରାଯାଇଛି।