ଫେସ୍‌ବୁକ୍‌ ଜରିଆରେ ଝିଅଙ୍କୁ ଫସାଉଥିଲେ ମେଜର ନିଖିଲ ହାଣ୍ଡା

ନୂଆଦିଲ୍ଲୀ: ଭାରତୀୟ ସେନାର ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜା ଦ୍ୱିବେଦୀଙ୍କ ହତ୍ୟାକାରୀ ତଥା ମେଜର ନିଖିଲ ହାଣ୍ଡାଙ୍କ ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ରବିବାର ପୋଲିସ ନିଖିଲଙ୍କୁ ଗିରଫ କରିବା ପରେ ତାଙ୍କ ବିଷୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ପୋଲିସ କହିବା ଅନୁସାରେ, ଏହି ହତ୍ୟାକାଣ୍ଡ ପ୍ରେମ ସମ୍ପର୍କକୁ ନେଇ ଘଟିଛି। ଶୈଳଜା ପ୍ରଥମ ଝିଅ ନୁହଁନ୍ତି ଯାହାକୁ ମେଜର ନିଖିଲ ପ୍ରେମ ନିବେଦନ କରିଛନ୍ତି। ସେ ଫେସବୁକ୍‌ରେ ଫେକ୍‌ ପ୍ରୋଫାଇଲ ବନାଇ ପୂର୍ବରୁ ଅନେକ ଝିଅଙ୍କୁ ନିଜ ଜାଲରେ ଫସାଇଛନ୍ତି।

ତଦନ୍ତ ବେଳେ ପୋଲିସ ନିଖିଲଙ୍କର ଦୁଇଟି ଫୋନ୍‌ ଜବତ କରିଛି। ଏହି ଫୋନ୍‌ରୁ ନିଖିଲ ଦିଲ୍ଲୀର ଆଉ ତିନିଜଣ ଝିଅଙ୍କ ସହ ସମ୍ପର୍କ ରଖିଥିବା ଜଣା ପଡ଼ିଛି। ପୋଲିସ ସେମାନଙ୍କୁ ମଧ୍ୟ ବୟାନ ଦେବାକୁ କହିଛି।

ସୂଚନା ଅନୁଯାୟୀ, ମେଜର ହାଣ୍ଡାଙ୍କର ୨ଟି ଫେସ୍‌ବୁକ୍‌ ଆକାଉଣ୍ଟ ଥିଲା। ଗୋଟିଏରେ ସେ ନିଜକୁ ଆର୍ମି ଅଫିସର ଭାବେ ପରିଚୟ ଦେଇଥିବାବେଳେ ଅନ୍ୟଟିରେ ଦିଲ୍ଲୀର ଜଣେ ବଡ଼ ବେପାରୀର ପରିଚୟ ଦେଇଥିଲେ। ନିଖିଲ ଦ୍ୱିତୀୟ ଆକାଉଣ୍ଟରୁ ଝିଅମାନଙ୍କୁ ଫସାଉଥିଲେ।

ନିଖିଲ ଯେତେବେଳେ କଶ୍ମୀରରେ ଥିଲେ ସେତେବେଳେ ଶୈଳଜାଙ୍କ ସହ ଫେସବୁକ୍‌ ମାଧ୍ୟମରେ ବନ୍ଧୁତା କରିଥିଲେ। ପରେ ସେ ନାଗାଲ୍ୟାଣ୍ଡର ଦିମାପୁରରେ ପୋଷ୍ଟିଂ ହୋଇଥିଲେ। ପରେ ପରେ ଏମିତ ଦ୍ୱିବେଦୀଙ୍କର ମଧ୍ୟ ସେଠାରେ ପୋଷ୍ଟିଂ ହୋଇଥିଲା। ଅମିତ ପରିବାର ସହ ଦିମାପୁରରେ ରହିବା ପରେ ନିଖିଲହ୍କ ସହ ସମ୍ପର୍କ ଆହୁରି ଘନିଷ୍ଠ ହୋଇଥିଲା। ସମ୍ପର୍କ ଏତେ ଘନିଷ୍ଠ ହୋଇଯାଇଥିଲା ଯେ ନିଖିଲ, ୬ ମାସ ମଧ୍ୟରେ ଶୈଳଜାଙ୍କୁ ୩୦୦୦ ଥର କଲ କରିଥିଲେ।

ପୋଲିସ୍‌ ସୂଚନା ଅନୂସାରେଶୈଳଜା ନିଖିଲଙ୍କ ସହ ଏକ୍ସଟ୍ରା ମ୍ୟାରେଟାଲ ଅଫେୟାର ଆଗକୁ ବଢ଼ାଇବାକୁ ମନା କରିଦେଇଥିବାରୁ ସେ ତାଙ୍କର ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ।