ବିରାଟଙ୍କ ପାର୍ଟିରେ ବିଜୟ: ପାଖ ମାଡିଲେନି ଖେଳାଳି, କ’ଣ କଲେ ମାଲ୍ୟା?

ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଯେତିକ ଚର୍ଚ୍ଚା ହୋଇଥିଲା ତା ଠୁ ଅଧିକ ଚର୍ଚ୍ଚା ହୋଇଥିଲା ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଉପସ୍ଥିତିକୁ ନେଇ। ସେ ଷ୍ଟାଡିମୟରେ ମ୍ୟାଚ୍‌ ଦେଖୁଥିବା ବେଳେ କ୍ୟାମେରାରେ କଏଦ ହୋଇଥିଲା ତାଙ୍କ ଦୃଶ୍ୟ। ତେବେ ମ୍ୟାଚ୍‌ର ଠିକ୍‌  ଗୋଟିଏ ଦିନ ପରେ ଆଉ ଗୋଟିଏ ଚକିତ କଲା ଭଳି ଖବର ସମ୍ନାକୁ ଆସିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଇଂଲଣ୍ଡରେ ବିରାଟ କୋହଲି ଫାଉଣ୍ଡେସନ ପକ୍ଷରୁ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଯେଉଁଥିରେ ଭାରତରୁ ୯ହଜାର କୋଟି ଟଙ୍କା ନେଇ ରାତାରାତି ଲଣ୍ଡନ ପଳାଇଥିବା ବିଜୟ ମାଲ୍ୟାଙ୍କୁ ଦେଖିବାକୁ ମିଳିଥିଲା। ଖବର ମୁତାବିକ ଏହି ପାର୍ଟିରେ ଭାରତୀୟ ଖେଳାଳିମାନେ ମାଲ୍ୟାଙ୍କ ଉପସ୍ଥିତିକୁ ଗ୍ରହଣ କରି ପାରିନଥିଲେ। ଫଳରେ ସମସ୍ତ ଖେଳାଳି ତାଙ୍କ ଠାରୁ ଭାଗମାପ ଦୂରରେ ରହିଥିଲେ। ଏପରିକି ଖେଳାଳି ମାନେ ପାର୍ଟି ସରିବାର ଅନେକ ସମୟ ପୂର୍ବରୁ ସେ ଜାଗା ଛାଡ଼ି ଚାଲି ଆସିଥିଲେ। ଏହାପରେ ମ୍ୟାଲ୍ୟା ଅପମାନିତ ହୋଇ ସେଠାରୁ ଚାଲିଯାଇଥିଲେ।

ଅନ୍ୟପଟେ ମାଲ୍ୟା ପ୍ରଶ୍ନ କରିଛିନ୍ତି ଯେ ମ୍ୟାଚ୍‌କୁ ନେଇ ଚର୍ଚ୍ଚା କରିବା ପରିବର୍ତ୍ତେ ଭାରତୀୟ ମିଡିଆ ତାଙ୍କୁ ନେଇ କଣ ପାଇଁ ଚର୍ଚ୍ଚା କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଟିମ୍‌ ଇଣ୍ଡିଆକୁ ଉତ୍ସାହିତ କରିବା ପାଇଁ ସେ ସମସ୍ତ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିବେ।