ପଳାତକ ବିଜୟ ମାଲ୍ୟାଙ୍କ ଜାମିନ୍ ଅବଧି ବଢିଲା

ନୂଆଦିଲ୍ଲୀ: ଭାରତରେ ଲୋନ୍ ଖିଲାପ ମାମଲାରେ ବିଜିନେସ୍ ଟାଇକୁନ୍ ବିୟଜ ମାଲ୍ୟାଙ୍କ ଜାମିନ୍ ଅବଧିକୁ ବଢାଇଛନ୍ତି ଲଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟ। ୪ ଡିସେମ୍ବର ପର୍ଯ୍ୟନ୍ତ ତାଙ୍କୁ କୋର୍ଟ ଜାମିନ ମଂଜୁର କରିଛନ୍ତି। ସେହିପରି ଭାରତ ପ୍ରତ୍ୟର୍ପଣ ମାମଲାର କୋର୍ଟ ଆସନ୍ତା ମାସ ୬ ତାରିଖରେ ଶୁଣାଣି କରିବେ। ମାଲ୍ୟ ଆଜି ପ୍ରତ୍ୟର୍ପଣ କୋର୍ଟରେ ହାଜର ହୋଇଥିଲେ। ପ୍ରଥମ ଥର ଲାଗି ପୁଅ ସିଦ୍ଧାର୍ଥ ମାଲ୍ୟାଙ୍କୁ ତାଙ୍କ ସହ ଦେଖିବାକୁ ମିଳିଥିଲା। କୋର୍ଟରେ ମାଲ୍ୟା କହିଛନ୍ତି ସେ ପଳାତକ ନୁହନ୍ତି ତାଙ୍କ ବିରୋଧରେ ଥିବା ଅଭିଯୋଗ ମିଥ୍ୟା ଓ ତାଙ୍କ  ପାଖରେ ଏନେଇ ପର୍ଯ୍ୟପ୍ତ ପ୍ରମାଣ ରହିଛି। ୬୧ ବର୍ଷୀୟ ମାଲ୍ୟା ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କା ଲୋନ ଖିଲାପ କରିଥିବା ଅଭିଯୋଗ ରହିଛି। ତେବେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସେ ଦେଶ ଛାଡି ଲଣ୍ଡନ ପଳାଇଥିଲେ। ଗତ ମେ ୯ ତାରିଖରେ ସୁପ୍ରିମକୋର୍ଟ ମାଲ୍ୟାଙ୍କୁ ଦୋଷୀ ପାଇଥିଲେ। ଏହି ମାମଲାରେ ଗତ ଏପ୍ରିଲ ମାସରେ ଲଣ୍ଡନ ପୋଲିସ ତାଙ୍କୁ ଗିରଫ କରିଥିଲା ତେବେ କୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଥିଲା।