ମମତା ଓ ପଙ୍କଜଙ୍କୁ ସାହାସିକତା ପୁରସ୍କାର ଦେଲେ ମୋଦି

ନୂଆଦିଲ୍ଲୀ: ଚଳିତବର୍ଷ ପାଇଁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ମୋଟ ୧୮ ଜଣ ପିଲାଙ୍କୁ ସାହକିକତା ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଦୁଇଜଣ ଓଡ଼ିଆ ପିଲା ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରାପଡ଼ାର ମମତା ଦଳାଇ ଏବଂ କେନ୍ଦୁଝରର ପଙ୍କଜ ମହାନ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ- କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଡାଙ୍ଗମାଳ ଗାଁର  ମମତା  ଦଳେଇ ଅସୀମ ସାହାସ ଦେଖାଇ କୁମ୍ଭୀର ମୁହଁରୁ ନିଜ ବଡ଼ ଭଉଣୀକୁ ରକ୍ଷା କରିଥିଲେ। ସେହିପରି କେନ୍ଦୁଝର ଜିଲ୍ଲା ଢିପସାହିର ୩ ଜଣ ମହିଳା ବୈତରଣୀରେ ବୁଡ଼ି ଯାଉଥିବା ବେଳେ ସେମାନଙ୍କୁ ରକ୍ଷା କରିଥିଲେ ପଙ୍କଜ ମହାନ୍ତ।