ବ୍ୟାଡ୍‌ମିଣ୍ଟନ୍‌ ଖେଳିଲେ ମମତା ବାନାର୍ଜୀ, ଦେଖନ୍ତୁ ଭିଡିଓ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ରାଜନୀତି ଯେ କେବଳ ଏକମାତ୍ର ଖେଳ ତାହା ନୁହେଁ ବୋଲି ସେ ବୀରଭୂମ ଜିଲ୍ଲା ବୋଲପୁର ଗସ୍ତ ସମୟରେ ପ୍ରମାଣ କରି ଦେଖାଇଛନ୍ତି।

୬୩ ବର୍ଷୀୟ ମମତା ବାନାର୍ଜୀ ଶୀତୁଆ ରାତିରେ କେମିତି ଜବରଦସ୍ତ ବ୍ୟାଡ୍‌ମିଣ୍ଟନ୍‌ ଖେଳି ପ୍ରତିପକ୍ଷ ଖେଳାଳିଙ୍କୁ ଘାଇଲା କରୁଛନ୍ତି, ତା’ର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି।

ଶଟ୍‌ ପରେ ଗୋଟିଏ ଶଟ୍‌କୁ କେମିତି ମମତା ବାନାର୍ଜୀ ମାରୁଛନ୍ତି, ସେ ଦୃଶ୍ୟ ଦେଖି ସମସ୍ତେ ଚକିତ ହୋଇଛନ୍ତି। ବୋଲପୁର ସ୍ଥିତ ଏକ ସରକାରୀ ଗେଷ୍ଟ ହାଉସ୍‌ରେ ଏହି ମ୍ୟାଚ୍‌ର ଭିଡିଓକୁ ମମତା ନିଜେ ଟ୍ୱିଟ୍‌ କରିଛନ୍ତି। ଏହାର ଶୀର୍ଷକ ‘ ଆମେ ଖେଳକୁ ଭଲପାଉ’ ବୋଲି ରହିଛି।

ଏହି ଭିଡିଓରେ ମମତା ବାନାର୍ଜୀ ଡବଲ୍‌ସ ବ୍ୟାଡମିଣ୍ଟନ୍‌ ମ୍ୟାଚ୍‌ ଖେଳୁଥିବା ଦେଖିବାକୁ ମିଳୁଛି।

ଦେଖନ୍ତୁ ଭିଡିଓ