ଅଭିନେତାଙ୍କ ପତ୍ନୀଙ୍କ ଆଗରେ ମହଙ୍ଗା ପଡ଼ିଲା ହସ୍ତମୈଥୁନ, ଯୁବକ ଗିରଫ

ନୂଆଦିଲ୍ଲୀ: ଟେଲି ଅଭିନେତା ସୁମିତ ରାଘବନଙ୍କ ପତ୍ନୀ ଚିନ୍ମୟୀ ସୁରଭେଙ୍କ ଆଗରେ ଅଶୋଭନୀୟ ଆଚରଣ। ମୁମ୍ବାଇର ଭିଲେ ପାର୍ଲେ ଏରିଆରେ ସୁମିତ ରାଘବନଙ୍କ ପତ୍ନୀ ଚିନ୍ମୟୀ ସୁର୍ଭେଙ୍କ ସମ୍ମୁଖରେ ଜଣେ ଯୁବକ ହସ୍ତମୈଥୁନ କରିବା ମହଙ୍ଗା ପଡ଼ିଛି। ଅଭଯୋଗ କ୍ରମେ  ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ମୁମ୍ବାଇର ଭିଲେ ପାର୍ଲେ ନିକଟରେ ଜଣେ ବ୍ୟକ୍ତି ବିଏମଡବ୍ଲ୍ୟୁ କାର ପାର୍କିଂ କରିଥିଲେ। ତେବେ ଏହି ସମୟରେ ସେଠାରେ ରାଘବନଙ୍କ ପତ୍ନୀ ଚିନ୍ମୟୀ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ତାଙ୍କ ସମ୍ମୁଖରେ ସମ୍ପୃକ୍ତ ବ୍ୟକ୍ତି ଜଣକ ହସ୍ତମୈଥୁନ କରିଥିଲେ। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚାପୁଡ଼ାଟିଏ ମାରିବା ପାଇଁ ଚିନ୍ମୟୀ ଉଦ୍ୟମ  କରିଥିଲେ ମଧ୍ୟ ବ୍ୟକ୍ତି ଜଣକ ତୁରନ୍ତ ଫେରାର  ହୋଇଯାଇଥିଲେ। ହେଲେ କାରର ୪ଟି ଡିଜିଟ୍‌ ନମ୍ବର ୧୯୮୫ ନମ୍ବରଟିକୁ ଟିପି ଦେଇଥିଲେ ତାଙ୍କ ପତ୍ନୀ। ଘଟଣା ସମ୍ପର୍କରେ ତୁରନ୍ତ ଫୋନ୍‌ କରି ଚିନ୍ମୟୀ ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ।

ସେହିପରି ଗାଡ଼ି ଚାଳକ ଜଣକ ଧୂସର ରଙ୍ଗର ଡ୍ରେସ ପିନ୍ଧିଥିବା ସେ ନଜର କରିପାରିଥିଲେ। ଏନେଇ ଚିନ୍ମୟୀଙ୍କ ସ୍ୱାମୀ  ସୁମିତ ରାଘବନ ଟ୍ୱିଟ୍‌ କରିଥିଲେ। ଏନେଇ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ସୁମିତ। ଅଭିଯୋଗକୁ ଆଧାର କରି ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।  ଏନେଇ ପୋଲିସ ଏତଲା ରୁଜୁ କରିବା ସହ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।  ଏହ ଖବର ଜାଣିବା ପରେ ସୁମିତ ମୁମ୍ବାଇ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।  ହେଲେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସୁମିତ। ଦିନ ଦ୍ରିପ୍ରହରେ ଗୋଟେ ସଭ୍ୟ ସମାଜରେ  ମହିଳାଙ୍କ ସମ୍ମୁଖରେ ଏଭଳି ଘୃଣ୍ୟ ଆଚରଣ ପ୍ରଦର୍ଶନ ଅତ୍ୟନ୍ତ ନିନ୍ଦନୀୟ ବୋଲି ସୁମିତ ଟ୍ୱିଟ୍‌ କରି କହିଛନ୍ତି।