ଇଜ୍ଜତ ବଂଚାଇବାକୁ ଲାଗିଲା ଇଜ୍ଜତର ବାଜି: ଯୌନପିପାସୁକୁ କେମିତି ଦେଲେ ଶାସ୍ତି ? ପଢନ୍ତୁ ଜଣେ ସାହାସୀ ଝିଅର କାହାଣୀ

ଝିଅ ପାଇଁ ଇଜ୍ଜତ ହିଁ ସବୁକିଛି। ଥରେ ଇଜ୍ଜତ ଚାଲିଗଲେ ସମାଜରେ ମୁଣ୍ଡ ଟେକି ବାଟ ଚାଲିବା କଷ୍ଟକର ହୋଇ ପଡ଼ିଥାଏ। ଏବେ ସୋସିଆଲ୍ ମିଡିଆର ଯୁଗ। ଭାବର ଆଦାନପ୍ରଦାନ ଓ ସର୍ମ୍ପକୀୟଙ୍କ ସହ ଯୋଡ଼ି ହେବାର ମାଧ୍ୟମ ପାଲଟିଛି ସୋସିଆଲ ମିଡ଼ିଆ। ଆଉ ଏହି ସୋସିଆଲ୍ ମିଡିଆରେ ଫଟୋ ଅପଲୋଡ୍ କରିବା ଏବେ ସମସ୍ତଙ୍କ ପାଇଁ ସୌକ ପାଲଟିଛି। ହେଲେ ସୌକ୍ ଯେ ସମସ୍ୟା ସୃଷ୍ଟି କରୁଛି। ଇଜ୍ଜତ୍‌କୁ ନିଲାମ୍ କରୁଛି। ସେମିତି ଏକ ଘଟଣା ସାମ୍ନାକୁ ଆସିଛି ଆମେରିକାରୁ। ଯେଉଁଠି ଜଣେ ଭାରତୀୟ ଯୁବତୀ ଫସି ଯାଇଛନ୍ତି ଜଣେ ବ୍ଲାକ‌ମେଲରଙ୍କ ଚକ୍ରାନ୍ତରେ।

ଫଟୋ ଉଠାଇବାକୁ କାହାକୁ ବା ଭଲ ନ ଲାଗେ। ସ୍ମୃତିକୁ ସାଇତି ରଖିବାକୁ ଆପଣଙ୍କ ଘରେ ଥାକଥାକ ଆଲବମ୍ ବି ଥିବ। ହେଲେ ଟେକ୍ନୋଲୋଜିର ଯୁଗରେ ଫଟୋ ସାଇତି ରଖିବାର ମାଧ୍ୟମ ବଦଳି ଯାଇଛି। ଆଲବମ୍ ଛାଡି ଏବେ ଗୁଗୁଲ୍ ସ୍ପେସ୍ ଖୋଜୁଛି ଆଜିର ଯୁବପୀଢି। କିଏ ସୋସିଆଲ୍ ସାଇଟ୍‌ରେ ନିଜ ଫଟୋକୁ ତୁରନ୍ତ ଅପଲୋଡ୍ କରୁଛି ତ ପୁଣି କିଏ ଗୁଗୁଲ୍ ସ୍ପେସ୍ ମାଗଣାରେ ବ୍ୟବହାର କରି ଫଟୋକୁ ସାଇତି ରଖୁଛି।

ହେଲେ କେବେ ଭାବିଛନ୍ତି ଆପଣଙ୍କ ଜୀବନର ଅନ୍ତରଙ୍ଗ ଆଲବମକୁ ହ୍ୟାକ୍ କରି କେହି ଆପଣଙ୍କୁ ବ୍ଲାକମେଲିଂ କରିପାରେ?

ଏମିତି ଏକ ଘଟଣା ଘଟିଛି ମୁମ୍ୱାଇର ତରୁଣା ଅଶ୍ୱନୀଙ୍କ ସହ ଯିଏ ରହନ୍ତି ଆମେରିକାରେ। ଜଣେ ଯୁବକ ସଂପୃକ୍ତ ତରୁଣାଙ୍କୁ ବ୍ଲାକମେଲିଂ କରିବା ସହ ଶାରୀରିକ ସର୍ମ୍ପକ ରଖିବାକୁ ବାଧ୍ୟ କରୁଛି। ଏପରିକି ଟପଲେସ୍ ହୋଇ ତା ସହ ଭିଡିଓ ଚାଟ୍ କରିବାକୁ ବାଧ୍ୟ କରୁଥିଲା ସେହି ଯୌନପିପାଶୁ ଯୁବକଜଣକ।

ପ୍ରଶ୍ନ ଉଠୁଥିବ, ଏଭଳି ଜଟିଳ ପରିସ୍ଥିତିକୁ କେମିତି ମୁକାବିଲା କରିଥିବେ ଅସହାୟ ଯୁବତୀଜଣକ। ସାଇବର୍ କ୍ରାଇମ୍ ପୋଲିସର ଦ୍ୱାରସ୍ଥ ହୋଇଥିବେ। ଗୁହାରି କରିଥିବେ ନିଜ ଇଜ୍ଜତକୁ ବଂଚାଇ ଦେବାକୁ। ହେଲେ ନା…ସେମିତି କିଛି ହୋଇନି। ବଂର ସାହସୀ ତରୁଣା ବ୍ଲାକମେଲିଂ କରୁଥିବା ଯୁବକଙ୍କ କଳା କାରାନାମାକୁ ଛାଡ଼ିଛନ୍ତି ସୋସିଆଲ୍ ମଡ଼ିଆରେ। ସେ ପଠାଇଥିବା ଦୁଇଟିଯାକ ଧମକପୂର୍ଣ୍ଣ ମେଲ୍‌କୁ ଫେସବୁକ୍‌ରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ଲେଖାଅଛି…ମୋ ସହ ଶାରୀରିକ ସଂପର୍କ ରଖ ନହେଲେ, ମୁଁ ତୁମ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ବଜାରକୁ ଛାଡି ଦେବି।

ଏହି ଘଟଣା ପରେ ପୋଲିସ୍ ତରୁଣାଙ୍କୁ ସହାୟତା ଦେବାକୁ ଆଗେଇ ଆସିଛି। ଏବେ ଖୋଜୁଛି ସେହି ବ୍ଲାକମେଲରକୁ।