ଯମ ଦରବାରର କାହାଣୀ କହିଲେ ବୃଦ୍ଧ ! ଶୁଣିବା ପାଇଁ ଲୋକଙ୍କ ଭିଡ଼

ମୃତ୍ୟୁ ପରେ ଆତ୍ମା କୁଆଡ଼େ ଯାଏ ? ସେଠାରେ ଆତ୍ମା ସହ କ’ଣ ଘଟେ ? ସେହି ଆତ୍ମାକୁ ପୁନର୍ଜନ୍ମ ମିଳେ କି ନାହିଁ ? ଏଭଳି ଅନେକ ପ୍ରଶ୍ନକୁ ମଣିଷ ଜାଣିବା ପାଇଁ ଗବେଷଣା ଜାରି ରଖିଥିଲେ ମଧ୍ୟ ଏହାର ପ୍ରକୃତ ରହସ୍ୟ ଉପରୁ ପରଦା ହଟିପାରିନି।  ଏ ସମ୍ପର୍କରେ ଅନେକ ଲୋକ ଅନେକ କଥା କହିଥାନ୍ତି। ଭିନ୍ନ ଭିନ୍ ଧର୍ମରେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦିଆଯାଇଛି। ବିଜ୍ଞାନ ମଧ୍ୟ ଏ ବିଷୟରେ ଅନେକ କିଛି କହିଥାଏ। ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ ଯମରାଜ ମଣିଷକୁ ମୃତ୍ୟୁ ଦେଇଥାନ୍ତି। ମଣିଷର ପ୍ରାଣକୁ ହରଣ କରି ଯମପୁରକୁ ନେଇଯାଆନ୍ତି।  ଅନେକଥର ଦେଖିବାକୁ ମିଳେ ଯେ, ବହୁତ କମ୍ ବୟସରେ ଲୋକଙ୍କ ପରଲୋକ ହୋଇଥାଏ।

କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ ଯେ, ଜଣେ ପରଲୋକକୁ ଯାଇ ସେଠାରୁ ପୁଣି ଫେରିଆସିଛନ୍ତି। ଆପଣଙ୍କୁ କଥାଟି ବିଶ୍ୱାସ ହେବନି। କିନ୍ତୁ ଘଟଣାଟି ସତ। ମୃତ୍ୟୁ ପରେ ପୁଣିଥରେ ଜୀବନ୍ତ ହୋଇ ସେ ସମସ୍ତଙ୍କୁ ପରଲୋକର କାହାଣୀ ଶୁଣାଇ ଚକିତ କରୁଛନ୍ତି। ବୃଦ୍ଧ ଜଣକ ହେଉଛନ୍ତି ଫିରୋଜାବାଦ ଜିଲ୍ଲାର ରାମପୁର ଗାଁର ଜ୍ଞାନ ସିଂ। ଯାହାଙ୍କର ପରୋଲୋକର କାହାଣୀ ସମସ୍ତଙ୍କୁ ଚକିତ କରିଦେଉଛି। ସେ କିଛି ଏପରି କଥା କହୁଛନ୍ତି ଯାହାକୁ କେହି ବିଶ୍ୱାସ କରିପାରୁନାହାଁନ୍ତି। କିଛିଦିନ ପୂର୍ବରୁ ଜ୍ଞାନ ସିଂଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ଲୋକ ଶେଷକୃତ୍ୟର ପ୍ରସ୍ତୁତି କରୁଥିବାବେଳେ ହଠାତ୍ ତାଙ୍କ ଶରୀରରେ କିଛି ପ୍ରତିକ୍ରିୟା ହୋଇଥିଲା। କିଛିଲୋକ ଡରିଯାଇଥିଲେ। ଆଉ କିଛି ଜ୍ଞାନ ସିଂଙ୍କର ଜୀବନ ଫେରିଆସିଥିବା ବିଶ୍ୱାସ କରିନେଇଥିଲେ।

କିଛି ସମୟ ପରେ  ସେ ଉଠି ଠିଆ ହୋଇଯାଇଥିଲେ। ସେ କହିଥିଲେ ଯେ, ତାଙ୍କୁ ଦୁଇଜଣ ବ୍ୟକ୍ତି କୁଆଡ଼େ ନେଇଯାଉଥିଲେ। କିନ୍ତୁ ସେଠାରେ ଭିତରକୁ ପଶିବାକୁ ଦେଲେ ନାହିଁ। ସେଠାରେ ତାଙ୍କୁ ଗରମ ବାଡ଼ିରେ ପିଟାଗଲା ଆଉ ତାଙ୍କ ଉପରେ ଗରମ ପାଣି ମଧ୍ୟ ଫୋପଡ଼ାଗଲା।  କିନ୍ତୁ ପରେ ତାଙ୍କୁ  ଫେରିଯିବାପାଇଁ କୁହାଗଲା। କାରଣ ଯମରାଜ ଆଉଜଣଙ୍କ ବଦଳରେ ଜ୍ଞାନ ସିଂଙ୍କୁ  ଭୁଲରେ ନେଇଯାଇଥିଲେ।