ଜେଏନୟୁ ଛାତ୍ରୀଙ୍କ ଆଗରେ ହସ୍ତମୈଥୁନ କରି ଜେଲ ଗଲେ ଯୁବକ

ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ହସ୍ତମୈଥୁନ। ଜଣେ ବିଦେଶୀ ଯୁବତୀଙ୍କ ଆଗରେ ଏଭଳିକାଣ୍ଡ କରି ଜଣେ ଭାରତୀୟ ଯୁବକ ଗିରଫ ହୋଇଛନ୍ତି । ଯୁବକ ଜଣକ ୩୨ ବର୍ଷୀୟ ତରୁଣ ବୋଲି ଜଣାପଡ଼ିଛି।  ୩୩ ବର୍ଷୀୟ ସମ୍ପୃକ୍ତ ଯୁବତୀ ଜଣକ ଜେଏନୟୁରେ ଜଣେ ପିଏଚଡି ଛାତ୍ରୀ ବୋଲି ଜଣାପଡ଼ିଛି। ଘଟଣାଟି ଦିଲ୍ଲୀର ଦକ୍ଷିଣ ଗ୍ରେଟର କୈଳାସ ନିକଟରେ ଘଯିଛି। ଅଭିଯୋଗ ଅନୁଯାୟୀ  ଯୁବତୀ ଜଣକ ଗୁରୁବାର ଦିନ ୨ଟା ୪୫ରେ ନିଜ ପୋଷା କୁକୁର ଧରି ଉକ୍ତ ସ୍ଥାନକୁ ବୁଲିବାକୁ ଯାଇଥିଲେ।

ତେବେ ଏହି ସମୟରେ ଜଣେ ଯୁବକ(୩୨) ତାଙ୍କୁ ମନ୍ଦ ଦୃଷ୍ଟିରେ ନିରୀକ୍ଷଣ କରୁଥିଲେ। ଏହା ଦେଖି ଯୁବତୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଥିଲେ ଏବଂ ଯୁବକ ଜଣକ ପାଖକୁ ଯିବାକୁ ଚେଷ୍ଟା କରିଥିଲେ। ତେବେ ପାଖକୁ ଯିବା ବେଳକୁ ହଠାତ୍ ଯୁବକ ଜଣକ ନିଜ ଟାୱେଲ ବାହାର କରି ହସ୍ତମୈଥୁନ କରିଥିଲେ। ଏମିତି ପରିସ୍ଥିତିରେ ସମ୍ପୃକ୍ତ ଯୁବତୀ ଜଣକ ଚିତ୍କାର କରି  ଯୁବକ ଜଣଙ୍କୁ କାବୁ କରିବା ପାଇଁ ପ୍ରୟାସ କରିଥିଲେ। ହେଲେ ହଠାତ୍ ଯୁବକ ଜଣକ ସେଠାରୁ ନିଜ କାର ଚଢି ଖସିଯାଇଥିଲେ।

ଆଉ ଯୁବତୀ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ମୋବାଇଲରେ ଯୁବକ ଜଣକର ଫଟୋ ଉଠାବା ସହ ଉକ୍ତ କାରର ନମ୍ବର ପ୍ଲେଟର ଫଟୋ କ୍ଲିପ୍ ନେଇଯାଥିଲେ। ପରେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ।  ଆଉ ଅଭିଯୁକ୍ତ ତରୁଣଙ୍କୁ  ଗତକାଲି ପୋଲିସ ଗିରଫ କରିଛି।  ପରେ ତାଙ୍କୁ କୋର୍ଟରେ ହାଜର କରାଯାଥିଲା ବେଳେ କୋର୍ଟ ବିଚାର ବିଭାଗ ହାଜତଙ୍କୁ ପଠାଇଦେଇଛନ୍ତି।

ସୌଜନ୍ୟ:ଟାଇମ୍‌ସ ଅଫ୍ ଇଣ୍ଡିଆ