‘ମନ କୀ ବାତ୍’ରେ ଓଡ଼ିଶାର ଆଶାକର୍ମୀ ଯମୁନା ମଣିଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: ଆଜିର ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ତେନ୍ଦା ଗାଁର ଆଶାକର୍ମୀ ଯମୁନା ମଣିଙ୍କ କଥା ଉଲ୍ଲେଖ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଗାଁକୁ ମ୍ୟାଲେରିଆ ମୁକ୍ତ କରିବା ଦିଗରେ ଯମୁନାମଣିଙ୍କ ପ୍ରଚେଷ୍ଟାକୁ ମୋଦି ପ୍ରଶଂସା କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

ଆଜି ପ୍ରଧାନମନ୍ତ୍ରୀ ତାଙ୍କ ‘ମନ କୀ ବାତ୍’ କାର୍ଯ୍ୟକ୍ରମରେ  ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଞ୍ଚୟ ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଉଲ୍ଲେଖ କରି ସେ ସ୍ଥିତିର ମୁକାବିଲା ପାଇଁ ସାର୍କ ଦେଶଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ। ମୋଦି କହିଥିଲେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅଧିକ ହେଉଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସିଧାସଳଖ କୃଷି ଉପରେ ପଡୁଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଫସଲହାନି ହେଉଛି। ଫସଲହାନି ରୋକିବାକୁ କୃଷକମାନଙ୍କୁ ପ୍ରଶିକ୍ଷଣ ଦେବାକୁ ପଡିବ। ଜୈବିକ ସାର ପ୍ରୟୋଗରେ ଅମଳ ବୃଦ୍ଧି ପାଇଁ କୃଷକମାନଙ୍କୁ ତାଲିମ ଦିଆଯିବା ଜରୁରୀ।

ଏ ନେଇ ସେ ଯମୁନା ବହୁତ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ପ୍ରଶଂସା କରିବା ତାଙ୍କ ପାଇଁ ଗର୍ବର ବିଷୟ। ଏପରି ସମ୍ମାନ ପାଇବି ବୋଲି କେବେ ଆଶା କରି ନ ଥିଲି। ଲୋକଙ୍କ ସେବା କରିବାକୁ ମୋତେ ସ୍ୱାମୀ, ବାପା ଓ ମାଆ ଉତ୍ସାହିତ କରିଥିବାରୁ ସେମାନଙ୍କ ଧନ୍ୟବାଦ ଜଣାଉଛି ।

 ଏହାସହ ମୋଦି ‘ଏକ ଭାରତ ଶ୍ରେଷ୍ଠ ଭାରତ ଆହ୍ୱାନକୁ’ ଏକ ଯୋଜନାର ରୂପ ଦେବା ପାଇଁ ଦେଶବାସୀଙ୍କ ଠାରୁ ବିଭିନ୍ନ ପ୍ରସ୍ତାବ ମାଗିଥିଲେ।