ମହଙ୍ଗା ପଡ଼ିଲା ଫେସ୍‌ବୁକ୍‌ ନିଶା: ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ: ମାତ୍ରାଧିକ ଫେସ୍‌ବୁକ୍‌ ଓ ହ୍ୱାଟ୍ସଆପ୍‌ ଚଲାଇବା ଜଣେ ମହିଳାଙ୍କ ପାଇଁ କାଳ ହୋଇଛି। ଏଥିପାଇଁ ତାଙ୍କୁ ଜୀବନ ଦେବାକୁ ପଡିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହିଳାଙ୍କୁ ଆଉ କେହି ହତ୍ୟା କରିନାହାଁନ୍ତି, ସ୍ୱାମୀ ନିଜେ ତାଙ୍କ ଫେସ୍‌ବୁକ୍‌ ନିଶାରେ ଅତିଷ୍ଠ ହୋଇ ହତ୍ୟା କରିଛନ୍ତି। ଏହି ଘଟଣା ଘଟିଛି ଗୁରଗାଁଓରେ। ଗୁଡ଼ଗାଁଓର ହରିଓମ୍‌ ତାଙ୍କ ପତ୍ନୀ ଲକ୍ଷ୍ମୀଙ୍କୁ ଶୋଇଥିବା ସମୟରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ହରିଓମଙ୍କୁ ଗିରଫ କରିଛି।

ଏହି ଘଟଣାରେ ପୋଲିସ୍‌ ହରିଓମଙ୍କୁ ଅଟକ ରଖି ପଚରାଉଚରା କରିବା ସମୟରେ ସେ ହତ୍ୟାର କାରଣ ଯାହା କହିଥିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେ କହିଥିଲେ, “ବାହାଘରର କିଛିବର୍ଷ ପରେ ମୁଁ ଏକ ସ୍ମାର୍ଟଫୋନ୍‌ କିଣି ଲକ୍ଷ୍ମୀକୁ ଦେଇଥିଲି। ଫୋନ୍‌ ମିଳିବାର କିଛିବର୍ଷ ଭିତରେ ସେ ପୂରା ବଦଳି ଯାଇଥିଲା। ଘଣ୍ଟା ଘଣ୍ଟା ଘରି ଫେସ୍‌ବୁକ୍‌ ଓ ହ୍ୱାଟ୍ସଆପ୍‌ରେ ସମୟ ବିତାଇଲା। ଏପରିକି ଘରର କୌଣସି କାମ କରୁ ନଥିଲା। ପିଲାଙ୍କୁ ପାଠ ପଢ଼ାଉ ନଥିଲା କି ତାଙ୍କ ଯତ୍ନ ନେଉ ନଥିଲା। ସେ ତା’ର ସୋସିଆଲ ମିଡିଆ ଆକାଉଣ୍ଟ ସବୁବେଳେ ମତେ ଲୁଚେଇ ରଖୁଥିଲା। ତା’ର ଆଉ କାହା ସହ ସମ୍ପର୍କ ଥିବା ମୁଁ ସନ୍ଦେହ କରିଥିଲି। ଏହାକୁ ନେଇ ଆମ ଭିତରେ ବହୁତ ଝଗଡା ହୋଇଥିଲା।”

ସେ ଆହୁରି କହିଛି, “ଘରେ ଅଶାନ୍ତି ଲାଗି ରହିବାରୁ ପିଲାମାନେ ମାନସିକ ଅଶାନ୍ତିରେ ରହୁଥିଲେ। ତେଣୁ ପିଲାଙ୍କୁ ବୋର୍ଡିଂ ସ୍କୁଲ ପଠାଇ ଦେଇଥିଲି। ବାରମ୍ବାର ବୁଝାଇବା ପରେ ମଧ୍ୟ ଲକ୍ଷ୍ମୀ ମଧ୍ୟରେ କୌଣସି ପରିବର୍ତ୍ତନ ନସିବାରୁ ଶେଷ ନିଷ୍ପତ୍ତି ନେଇଥିଲି।”