ମଝି ଆକାଶରେ ମୃତ୍ୟୁକୁ ଆମନ୍ତ୍ରଣ! ଚଳନ୍ତା ବିମାନରେ ଇମାର୍ଜେନ୍ସି ଉଇଣ୍ଡୋ ଖୋଲୁଥିଲେ ଯାତ୍ରୀ

ରାଞ୍ଚି:ଚଳନ୍ତା ବିମାନରେ ବିପଦକୁ ଆମନ୍ତ୍ରଣ। ମଝି ଆକାଶରେ ଉଡ଼ୁଥିବା ବେଳେ ବିମାନର ଇମାର୍ଜେନ୍ସି ଉଇଣ୍ଡୋକୁ ଜବରଦସ୍ତ ଖୋଲିବା ପାଇଁ ଉଦ୍ୟମ। ଏମିତି ଏକ ଅଦ୍ଭୁତକାରନାମା କରି ଜଣେ ବିମାନ ଯାତ୍ରୀ ଗିରଫ ହୋଇଛନ୍ତି। ଏୟାର ଏସିଆରେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ ସୋମବାର ଦିଲ୍ଲୀ-ରାଞ୍ଚି (୧୫-୫୪୬)ଏୟାର ଏସିଆ ବିମାନ  ରାଞ୍ଚି ଅଭିମୁଖେ ଆସୁଥିଲା।

ତେବେ ବିମାନଟି ମଝି ଆକାଶରେ ଉଡ଼ୁଥିବା ବେଳେ ଅଫତାବ ଅହମ୍ମଦ(୩୨) ନାମକ ଜଣେ ଯୁବକ ବିମାନର ଇମାର୍ଜେନ୍ସି ଉଇଣ୍ଡୋକୁ ଖୋଲିବା ପାଇଁ ଉଦ୍ୟମ କରିଥିଲେ। ହଠାତ୍‌ ଯୁବକଙ୍କ ଏଭଳି କାରନାମା ଦେଖି ଯାତ୍ରୀମାନେ ଭୟଭୀତ  ହୋଇଯାଇଥିଲେ। ସମ୍ପୃକ୍ତ ଯୁବକଙ୍କୁ ଅଟକାଇବା ପାଇଁ ବିମାର କ୍ର୍ୟୁ ମେମ୍ବର ଏବଂ ଅନ୍ୟ ଯାତ୍ରୀମାନେ ପ୍ରୟାସ କରି ଧସ୍ତାଧସ୍ତି ହୋଇଥିଲା। ଏଥିରେ କେତେ ଜଣ ଆହତ ମଧ୍ୟ ହୋଛନ୍ତି। ତେବେ ବିମାନଟି ଯେତେବେଳେ ରାଞ୍ଚି ବିମାନ ବନ୍ଦରରେ ଅବତରଣ କଲା  ହଠାତ ଯୁବକଙ୍କୁ କାବୁ କରାଯାଇ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି।