ମଙ୍ଗୋଲିଆରେ ମୋଦି

ନୂଆଦିଲ୍ଲୀ: ତିନି ଦିନିଆ ଚୀନ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି ମଙ୍ଗୋଲିଆରେ। ଶନିବାର ସନ୍ଧ୍ୟାରେ ସେ ପହଞ୍ଚିଥିଲେ ମଙ୍ଗୋଲିଆରେ। ସେଠାରେ ବିମାନ ବନ୍ଦରରେ ତାଙ୍କର ଜୋରଦାର ସ୍ୱାଗତ କରାଯାଇଥିଲା। ମଙ୍ଗୋଲିଆରେ ପହଞ୍ଚିବା ପରେ ମୋଦି ଟ୍ୱିଟ୍ କରି କହିଥିଲେ, ‘ହେଲୋ ମଙ୍ଗୋଲିଆ’।

ମଙ୍ଗୋଲିଆ ଗସ୍ତ କରିବାରେ ମୋଦି ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ମଙ୍ଗୋଲିଆ ପହଞ୍ଚିବା ପରେ ସେ ସହରର ଏକ ଫଟୋ ଉଠାଇବା ସହିତ ଟ୍ୱିଟ୍ କରିଥିଲେ।

ମୋଦି ମଙ୍ଗୋଲିଆ ରାଷ୍ଟ୍ରପତି ତାସଖିଆଗିନ ଏଲେବଗଡୋରୀଙ୍କ ସହିତ ଶିଖର ଆଲୋଚନାରେ ଯୋଗଦେବ। ଦୁଇ ଦେଶ ମଧ୍ୟରେ ଜାହାଜ ଚଳାଚଳ, ପରିବହନ, ରାଜପଥ, ବିଦ୍ୟୁତ ଶକ୍ତି ଆଦି ବିକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତି ହେବ।

ଆସନ୍ତାକାଲି ମୋଦି ମଙ୍ଗୋଲିଆର ସଂସଦରେ ସାଂସଦମାନଙ୍କୁ ସମ୍ବୋଧିତ କରିବେ। ରବିବାର ଭଳି ଛୁଟି ଦିନରେ ମଙ୍ଗୋଲିଆ ସଂସଦରେ ଉଦବୋଧନ ଦେବାରେ ମୋଦି ହେବେ ପ୍ରଥମ ବିଦେଶୀ। ଏହି ଉଦବୋଧିନ ଦେବା ପରେ ସେ ସେଠାକାର ରାଷ୍ଟ୍ରପତିଙ୍କୁ ଭେଟିବେ।