ମଣିପୁରରେ ସରକାର ଗଠନ ପାଇଁ ବିଜେପିକୁ ଆମନ୍ତ୍ରଣ କଲେ ରାଜ୍ୟପାଳ: ଆସନ୍ତାକାଲି ଶପଥ ଗ୍ରହଣ

ନୂଆଦିଲ୍ଲୀ: ମଣିପୁରରେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ନଜ୍‌ମା ହେପା ତୁଲା ଆମନ୍ତ୍ରଣ କରିଛନ୍ତି। ଆସନ୍ତାକାଲି ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସହ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତି ଶାହା ଏବଂ  କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ଉତ୍ସବରେର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗତ ରବିବାର ବିଜେପିର ଏକ ପ୍ରତିନିଧ ଦଳ ରାଜ୍ୟପାଳଙ୍କୁ ଭେଟି ଥିଲା। ୬୦ ଆସନ ବିଶିଶ୍ଟ ମଣିପୁରରେ ବିଜେପି ୨୧ଟି ସିଟ୍ ହାସଲ କରିଥିଲା। ତେବେ ଅନ୍ୟ ୧୧ ଜଣ ବିଧାୟକ ବିଜେପି ସପକ୍ଷରେ ଥିବା ଦଳ ଦାବି କରିବା ସହ ସରକାର ଗଠନ କରିବାକୁ ଦାବି କରିଥିଲା। ଏବେ ମଣିପୁରରେ ରାଜ୍ୟ ବିଜେପି ସଭାପତି ଥିବା ଏନ. ବିରେନ ସିଂ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଆସନ୍ତକାଲି ବିରେନ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।