ମନ୍‌ କି ବାତ୍‌ରେ କୃଷିକୁ ପ୍ରଧାନ୍ୟ ଦେଲେ ମୋଦି

ନୂଆଦିଲ୍ଲୀ: ଆଜି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷିକୁ ପ୍ରଧାନ୍ୟ ଦେଇଛନ୍ତି। ଇସ୍ରୋ ସାଟେଲାଇଟ ମିଶନ ଦେଶର ଉନ୍ନତି କ୍ଷେତ୍ରରେ ସହାୟକ ହେଉଛି ଓ କାର୍ଟୋସାଟ୍‌-୨ଡି ଭାରତୀୟ ସାଟେଲାଇଟ୍‌ ମହାକାଶକୁ ସଫଳତାର ସହ ପ୍ରେରଣ କରାଯାଇଥିବାରୁ କୃଷି କ୍ଷେତ୍ରରେ ଏହା ଅନେକ ସହାୟକ ହେବ ବୋଲି ମୋଦି କହିଛନ୍ତି। ଏଥିପାଇଁ ଇସ୍ରୋର ବୈଜ୍ଞାନିକମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।

ସେ କହିଛନ୍ତି,“ଦେଶର ଅର୍ଥନୀତି କ୍ଷେତ୍ରରେ କୃଷିର ଭୂମିକା ବହୁତ ଅଧିକ। ଏହାସହ ବିଶ୍ୱର ଅଜଣା କଥାକୁ ଲୋକଲୋଚନକୁ ଅଣାଯିବାର ପ୍ରୟାସ ଜାରି ରହିବା ଦରକାର। ଏଥିପାଇଁ ଯୁବ ବୈଜ୍ଞାନିକମାନେ ଆଗକୁ ଆସିବା ଉଚିତ।”

ଏହାସହ ସେ ଡିଜିଟାଲ ଅର୍ଥନୀତି ସମ୍ପର୍କରେ ମଧ୍ୟ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ,“ଜନସାଧାରଣ ଡିଜିଟାଲ କରେନ୍ସିକୁ ଆପଣେଇବା ଦରକାର। ଏହାଦ୍ୱାରା ଦୁର୍ନୀତି ଓ କଳାଧାନ ଉପରେ ଲଗାମ ଲଗାଯାଇ ପାରିବ।

ଶିବରାତ୍ରୀ, ବସନ୍ତ ପଞ୍ଚମୀ ଓ ହୋଲି ପର୍ବ ଭାଇଚାରା ସୃଷ୍ଟି କରିବା ସହ ଶାନ୍ତି ଆଣିବାରେ ସହାୟ ହେଉଛି ବୋଲି କାର୍ଯ୍ୟକ୍ରମରେ ମୋଦି କହିଥିଲେ।