ବାଥ୍‌ରୁମ୍‌ରେ ରେନକୋଟ୍‌ ପିନ୍ଧି କେମିତି ଗାଧୋଇବାକୁ ହୁଏ ମନମୋହନଙ୍କଠାରୁ ଶିଖିବାର ଅଛି: ମୋଦି

ନୂଆଦିଲ୍ଲୀ: କଂଗ୍ରେସ ଓ ରାହୁଲଙ୍କ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ମନମୋହନଙ୍କୁ କଟାକ୍ଷ କରି କହିଛନ୍ତି,“ଭାରତୀୟ ଅର୍ଥନୀତି ସହ ମନମୋହନ ୩୫ ବର୍ଷ ହେଲା ସିଧାସଳଖ ଜଡିତ ଅଛନ୍ତି। ଏହି ସମୟରେ ଅନେକ ଘୋଟାଲା ହୋଇଥିଲେ ମଧ୍ୟ ତାଙ୍କ ଦେହରେ ଦୁର୍ନୀତିର କୌଣସି ଛିଟା ଲାଗି ନାହିଁ। ବାଥ୍‌ରୁମ୍‌ରେ ରେନକୋଟ୍‌ ପିନ୍ଧି କେମିତି ଗାଧୋଇବାକୁ ହୁଏ ସେ କଳା ମନମୋହନଙ୍କଠାରୁ ଶିଖିବାର ଅଛି।”

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ମୋଦି ଏହା କହିଛନ୍ତି।

ମନମୋହନଙ୍କ ପ୍ରତି ଏପରି ମନ୍ତବ୍ୟକୁ କଂଗ୍ରେସ ଜୋରଦାର ବିରୋଧ କରିଥିଲା। ପ୍ରତିବାଦରେ ଦଳୀୟ ସାଂସଦମାନେ ରାଜ୍ୟସଭାରୁ କକ୍ଷତ୍ୟାଗ କରିଥିଲେ।