ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ମୃତ

ରାୟପୁର: ଛତିଶଗଡ଼ର ଚନ୍ଦାମେଟା ଜଙ୍ଗଲରେ ଆଜି ସୁରକ୍ଷାକର୍ମୀ ଓ  ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ  ଘଟି ଜଣେ ମାଓବାଦୀର ମୃତ୍ୟୁ ଘଟିଛି। ମୃତ ମାଓବାଦୀ ହେଲେ ମାଛକୁଣ୍ଡ ଦଳମ୍‌ର ଅର୍ଜ୍ଜୁନ। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି।