ମାଓବାଦୀଙ୍କ ଗୁଳିରେ ହାବିଲଦାର ରାଜେଶ କୋମାତ ଗୁରୁତର

ରାୟପୁର: ଛତିଶଗଡ଼ରେ ଆଜି ସିଆରପିଏଫ୍‌ କୋବ୍ରାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ହାବିଲଦାର ରାଜେଶ କୋମାତ ଗୁରୁତର ହୋଇଛନ୍ତି। ହେଲିକପ୍ଟର ଯୋଗେ ତାଙ୍କୁ ଜଗଦଲପୁର ସ୍ଥାନାନ୍ତର କରାଯାଇଛି।

ସୁକମା ସୁରୁପାନଗୁଡ଼ା ନିକଟ ଜଙ୍ଗଲରେ ଗୁଳିବିନିମୟ ହୋଇଥିବା ସୁକମା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।