ପୋଲିସ୍ ଇନଫର୍ମର ସନ୍ଦେହରେ ମୁଣ୍ଡ କାଟି ଦେଲେ

ରାୟପୁର: ଓଡ଼ିଶା-ଛତିଶଗଡ଼ ସୀମାର ସୁକ୍‌ମାରେ ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଜଣଙ୍କୁ ମୁଣ୍ଡକାଟି ହତ୍ୟା କରିଛନ୍ତି। ତାଙ୍କ ନାଁ ତାମୋ ମଣ୍ଡାବୀ। ତାଙ୍କ ଘର ବୁର୍ଦ୍ଦିକରକା ଗାଁରେ। ସେ ନିଜ ଗାଡ଼ିକରେ ସୁକ୍‌ମାରୁ ଘରକୁ ଫେରୁଥିବା ବେଳେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିଲେ। ମୃତଦେହ ନିକଟରେ ମାଓବାଦୀମାନେ ଏକ ପୋଷ୍ଟର ଛାଡ଼ି ଯାଇଥିଲେ।