ଦେଶ ପାଇଁ ବଳିଦାନର ବର୍ଷେ ବିତିଲା : ସହିଦସ୍ଥଳରେ ଜାତୀୟ ପତାକା ଉଡ଼ାଇଲେ ସ୍ତ୍ରୀ-ଝିଅ

ନୂଆଦିଲ୍ଲୀ:ବର୍ଷକ ପୂର୍ବେ ସହିଦ ହୋଇଥିଲେ ସେ। ଦେଶ ମାତୃକାର ସେବା କରୁ କରୁ ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡ଼ିଥିଲେ ସେ। ହେଲେ ଯେଉଁ ସ୍ଥାନରେ ସେ ଏମାଟି ପାଇଁ ଲଢେଇ କରି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଆଜି ସେହି ସ୍ଥାନରେ ଗର୍ବର ସହ ତ୍ରିରଙ୍ଗା ଉଡ଼ାଇଛନ୍ତି ନିଜ ପତ୍ନୀ ଆଉ ଝିଅ । ଘଟଣାର ବର୍ଷକ ପରେ ତଥା ଆଜିର ୭୧ତମ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରିଛନ୍ତି ସହିଦଙ୍କ ଝିଅ ଏବଂ ପତ୍ନୀ। ଦେଶ ପାଇଁ ବର୍ଷକ ତଳେ ପ୍ରାଣବଳି ଦେଇଥିବା ସେହି ବୀର ପୁରୁଷ ଜଣଙ୍କ ହେଉଛନ୍ତି ସିଆରପିଏଫ କାମାଣ୍ଡାଣ୍ଟ ପ୍ରମୋଦ କୁମାର।

ଶ୍ରୀନଗରର କରନ ନଗରର ୪୯ତମ ବାଟାଲିୟନ କ୍ୟାମ୍ପରେ  ପ୍ରମୋଦ କୁମାର ଗତ ବର୍ଷ ଏହି ଦିନ କାର୍ଯ୍ୟରତ ଥିବା ସମୟରେ ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଥିଲେ।  ଆଜି ସେହି ସ୍ଥାନରେ ପ୍ରମୋଦଙ୍କ ପତ୍ନୀ ନେହା ତ୍ରୀପାଠୀ ଏବଂ ଝିଅ ଅରଣା ଯୋଗଦେଇ ଜାତୀୟ ପତାକା  ଉଡ଼ାଇ ଥିଲେ। ଏହି ଅବସରରେ ପ୍ରମୋଦଙ୍କ ପତ୍ନୀ  ପାରମ୍ପରିକ ପରେଡ କରିବା ସହ ନିଜ ସ୍ୱାମୀର ସ୍ମୁତି ସ୍ତମ୍ବରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।  ଏଥିସହ ସେଠାକାର ଯବାନମାନଙ୍କୁ ମିଠା ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରମୋଦଙ୍କ ପତ୍ନୀ ଯାହା ମତ ରଖିଥିଲେ ତାହା ଥିଲା ଅତ୍ୟନ୍ତ ମର୍ମସ୍ପର୍ଶୀ କଥା। 

ନେହାଙ୍କ କହିବା ଅନୁଯାୟୀ ଏଦେଶ ପାଇଁ ତାଙ୍କ ସ୍ୱାମୀ କ’ଣ କରିଥିଲେ କାହିଁକି ତାଙ୍କୁ କିର୍ତ୍ତି ଚକ୍ର ସମ୍ମାନ ମିଳିଥିଲ ଏବଂ ଏହାର ମହତ୍ୱ କଣ ସେ ବିଷୟରେ ଝିଅକୁ ଜଣାଇବା ପାଇଁ ସେ ଚାହିଁଥିଲେ।  ତେଣୁ  ଶେଷଥର ପାଇଁ ତାଙ୍କ ସ୍ୱାମୀଙ୍କୁ ଯେଉଁଠି ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା, ସେହି ସ୍ଥାନକୁ ଝିଅକୁ ସେ ନେଇ ଆସିଛନ୍ତି। ସୂଚନା ଅନୁଯାୟୀ ଗତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଶ୍ରୀନଗରର କରନ ନଗରର ସିଆରପିଏଫ ପକ୍ଷରୁ ସକାଳେ ପତାକା ଉତ୍ତୋଳନ କରାଯାଇଥିଲା।

ଏହି ଉତ୍ସବରେ ନିଜେ ପ୍ରମୋଦ ଉଦ୍‌ବୋଧନ  ଦେଇଥିଲେ ପ୍ରମୋଦ। ଆଉ କାର୍ଯ୍ୟକ୍ରମ ସରିବା ପରେ ୨ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ପ୍ରମୋଦ। ଏଥିରେ ଅନ୍ୟ ୯ ଜଣ ପୋଲିସ ଆହତ ମଧ୍ୟ ହୋଇଥିଲେ।  ପ୍ରମୋଦଙ୍କ ଘର ବିହାରର ପାଟନାରେ ହୋଇଥିବା ବେଳେ ସେ  ପଡ଼ୋଶୀ ଛାଡ଼ଖଣ୍ଡରେ ରହୁଥିଲେ। ପୂର୍ବରୁ ପ୍ରମୋଦ ଏସପିଜି ଗ୍ରୁପ୍‌ରେ କାର୍ଯ୍ୟ କରିଥିଲେ।

ସୌଜନ୍ୟ: ଟାଇମସ୍‌ ଅଫ ଇଣ୍ଡିଆ