ପରଲୋକରେ ରିୟଲ ଲାଇଫ ହିରୋ ମାଥ୍ୟୁସ୍‌

ଥିରୁଅନନ୍ତପୁରମ: କୁଏତର ପ୍ରତିଷ୍ଠିତ ଭାରତୀୟ ବ୍ୟବସାୟୀ ତଥା ୧୯୯୦ ଇରାକ ଆକ୍ରମଣ ବେଳେ ଦେଢ ଲକ୍ଷରୁ ଅଧିକ ଭାରତୀୟଙ୍କ ଜୀବନ ବଞ୍ଚାଇଥିବା ମାଥୁନି ମାଥ୍ୟୁସ (୮୩)ଙ୍କର ଶନିବାର କୁଏତରେ ପରଲୋକ ହୋଇଯାଇଛି। କିଛିଦିନ ହେବ ସେ ଅସୁସ୍ଥ ଥିଲେ।

କୁଏତ ଯୁଦ୍ଧ ବେଳେ ଜାହାଜରେ ଫସି ରହିଥିବା ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ଜୀବନ ବଞ୍ଚାଇଥିଲେ ମାଥ୍ୟୁନି। ସରକାରୀ ଅଧିକାରୀ ନ ହୋଇ ମଧ୍ୟ ସେ ଏପରି କାମ କରି ଦେଖାଇ ଥିଲେ। ତାଙ୍କର ଏପରି ନିଷ୍ଠାପର କାମ ପାଇଁ ଭାରତ ସରକାର ତାଙ୍କୁ ସମ୍ମାନିତ କରିଥିଲେ।

ତାଙ୍କର ଏହି ସଂଘର୍ଷକୁ ନେଇ ବଲିଉଡରେ ‘ଏୟାର ଲିଫ୍ଟ’ ଫିଲ୍ମ ତିଆରି ହୋଇଥିଲା। ମାଥ୍ୟୁସ୍‌ଙ୍କ ଭୁମିକାରେ ଖିଲାଡି ଷ୍ଟାର ଅକ୍ଷୟ କୁମାର ଅଭିନୟ କରିଥିଲେ।

ମାଥ୍ୟୁସ୍‌ କରେଳର କୁମ୍ବନ୍ଦ ଗାଁରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ଗଭୀର ଶୋକ ପ୍ରକାଶ କରଛନ୍ତି। ଅକ୍ଷୟ ମଧ୍ୟ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ‘ଏଆର ଲିଫ୍ଟ’ ତାଙ୍କ ପ୍ରତି ସମ୍ମାନ ବୋଲି ଅକ୍ଷୟ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି।