ଜନ୍ମଦିନକୁ ନିରାଡ଼ମ୍ବର ଭାବେ ପାଳନ କଲେ ମାୟାବତୀ

ନୂଆଦିଲ୍ଲୀ: ବିଏସପି ସୁପ୍ରିମୋ ମାୟାବତୀ ଆଜି ନିଜର ୬୧ତମ ଜନ୍ମଦିନକୁ ରାଜକୀୟ ଢ଼ଙ୍ଗୀରେ ପାଳନ ନ କରିବାକୁ ନିଜର ଦଳର କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମ ଜରିଆରେ ସେ ନିଜ ଦଳର କର୍ମୀଙ୍କୁ ବିମୁଦ୍ରାକରଣ ପାଇଁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି। ଏହି ଅବସରରେ ମୋଦି ସରକାରଙ୍କ ଉପରେ ବର୍ଷିବା ସହ ବିଜେପି ଓ ସପାର ଗଠବନ୍ଧନରେ ସାଂପ୍ରଦାୟିକ ସମସ୍ୟା ଉପୁଜୁଛି ବୋଲି  ମାୟାବତୀ ଅଭିଯୋଗ କରିଛନ୍ତି।

ମାୟାବତୀ କହିଛନ୍ତି, “ନିର୍ବାଚନ ପାଖେଇ ଆସିବା ସମୟରେ ବିଜେପି ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣୁଛି। ଯଦି ତାଙ୍କ ପରିବାରରେ ଛୋଟ ଛୋଟ କାମରେ ବହୁତ ଗଡ଼ବଡ଼ ରହିଛି ତେବେ ଦୀର୍ଘ ଅଢ଼େଇ ବର୍ଷ ଧରି ବିଜେପି କାହିଁକି ଚୁପ୍‌ ରହିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି”।

କେବଳ ସେତିକି ନୁହେଁ ତାଙ୍କର ଏବଂ ତାଙ୍କ ପରିବାରର ସଂପତ୍ତି ସଂପର୍କରେ ଜାଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ୍‌ ଶାହାଙ୍କ ଖୁବ୍‌ ଆଗ୍ରହ ରହିଛି ବୋଲି ମାୟା କହିଛନ୍ତି। ଦେଶର ସମସ୍ତ ପାର୍ଟି ଏବଂ ୩୦୦ ବଡ଼ ନେତା ଏବଂ ତାଙ୍କର ସଂପର୍କୀୟଙ୍କ ମଧ୍ୟ ସଂପତ୍ତି ଯାଞ୍ଚ କରାଯାଉ ବୋଲି ସେ ଦାବି କରିଛନ୍ତି।