ମାୟାବତୀ ଯେକୌଣସି ସମୟରେ ବିଜେପି ସହ ରକ୍ଷାବନ୍ଧନ କରିପାରନ୍ତି: ଅଖିଳେଶ

ଲକ୍ଷ୍ନୌ: ୟୁପିର ଦିୱରିଆରେ ଏକ ନିର୍ବାଚନୀ ରାଲି ସମ୍ବୋଧିତ କଲା ବେଳେ ଅଖିଳେଶ ଯାଦବ ବିଏସପି ସୁପ୍ରିମୋ ମାୟାବତୀଙ୍କୁ  ପିଉସୀ ବୋଲି ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି,“ମାୟାବତୀ (ପୀଉସି) ପ୍ରତି ସାବଧାନ ରହିବା ଦରକାର। ସେ ଯେକୌଣସି ସମୟରେ ବିଜେପି ସହିତ ରକ୍ଷାବନ୍ଧନ କରିପାରନ୍ତି।”

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅଖିଳେଶ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ମୋଦି ଯେଉଁ ସୁଟ୍‌ ପିନ୍ଧୁଛନ୍ତି, କାହାକୁ କପି କରି ପିନ୍ଧୁଛନ୍ତି? ମୁଁ ମୋ ପିତା ମୁଲାୟମ ସିଂହ ଯାଦବଙ୍କ ପରି ସରକାର ଗଢ଼ିବାକୁ ଚାହୁଁଛି।”

ଅଖିଳେଶ ଉତ୍ତରପ୍ରଦେଶର ସାଂସଦ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ବାବା ବିଦ୍ୟୁତ ସେବା ବିଷୟରେ କିଛି ଜାଣନ୍ତି ନାହିଁ। ଗୋରଖପୁରରେ ସେ ବିଦ୍ୟୁତ୍‌ ତାର ଛୁଇଁ ଦେଖନ୍ତୁ, ସବୁ ଜାଣିପାରିବେ।”