ରାଜ୍ୟସଭାରୁ ଇସ୍ତଫା ଦେଲେ ମାୟାବତୀ

ନୂଆଦିଲ୍ଲୀ:ରାଜ୍ୟ ସଭାରୁ ଇସ୍ତଫା ଦେଲେ ବିଏସପି ସୁପ୍ରିମୋ ମାୟାବତୀ।  ଉତ୍ତରପ୍ରଦେଶରେ ଦଳିତିଙ୍କୁ ନିର୍ଯାତନା ନେଇ ଗୃହରେ ତାଙ୍କ କଥା ନ ଶୁଣିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି।  ମାୟାବତୀ କହିଛନ୍ତି ଯେ , ଶୁଦ୍ର ଏବଂ ଲୋକମାନଙ୍କ ଉପରେ ଅତ୍ୟାଚାର ବଢୁଛି। ସାହାରନପୁର ଓ ଗୁଜରାଟର ଉନାରେ ଦଳିତମାନଙ୍କ ଉପରେ ନିର୍ଯାତନା ବଢୁଛି।  ସେହିପରି ତାଙ୍କୁ ଶବୀରପୁର ହେଲିକପ୍ଟରରେ ଯିବାକୁ ଦିଆଯାଇ ନ ଥିବା ଅଭିଯୋଗ ମଧ୍ୟ କରିଥିଲେ। ଏହା ବ୍ୟତୀତ ୟୁପିରେ ଏବେବି ଗୁଣ୍ଡାରାଜ୍ ଓ ଜଙ୍ଗଲରାଜ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିରେ କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଆବାସ ନକବୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ,  ମାୟାବତୀ ସମ୍ପୂର୍ଣ୍ଣ ରୂପେ ରାଜନୈତିକ କଥା କହୁଛନ୍ତି। ଏହାପରେ ସଦନରୁ  ମାୟାବତୀ ରାଗି କରି ପଳାଇ ଆସିବା ସହ ଇସ୍ତଫା ଦେଇଥିଲେ।