ଏମସିଡି କର୍ମଚାରୀଙ୍କ ଆନ୍ଦୋଳନ ଜାରି, ତୃତୀୟ ଦିନରେ କାଢ଼ିଲେ କେଜ୍ରିୱାଲଙ୍କ ଶବ ଶୋଭାଯାତ୍ରା

ନୂଆଦିଲ୍ଲୀ: ବକେୟା ପ୍ରାପ୍ୟ ପାଇଁ ଏମସିଡିର କର୍ମଚାରୀମାନେ ଆରମ୍ଭ କରିଥିବା ଆନ୍ଦୋଳନ ଶୁକ୍ରବାର ତୃତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନକାରୀମାନେ ଆଜି ଏମସିଡି କାର୍ଯ୍ୟାଳୟର ପ୍ରବେଶ ପଥକୁ ବନ୍ଦ କରି ଦେବା ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶବଯାତ୍ରା ବାହାର କରିଥିଲେ। ସେମାନେ କହିଛନ୍ତି ଯେ ବକେୟା ପ୍ରାପ୍ୟ ନମିଳିବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ।

ଅନ୍ୟପକ୍ଷରେ ବୁଧବାର ଦିନ ଆନ୍ଦୋଳନକାରୀମାନେ  ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନକୁ  ଘେରାଉ କରିଥିଲେ। ସେମାନେ ତାଙ୍କ ଘର ସମ୍ମୁଖରେ ଅଳିଆ ଗଦା କରି ପ୍ରତିବାଦ କରିଥିଲେ।

କାରଣ ସିସୋଦିଅ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଦିଲ୍ଲୀ ସରକାର ସଫେଇ କର୍ମଚାରୀମାନଙ୍କ ବକେୟା ପାଉଣା ବହୁ ପୂର୍ବରୁ ଦେଇ ସାରିଛନ୍ତି।