ଔଷଧ ପ୍ରସ୍ତୁତ କମ୍ପାନୀରେ ବିସ୍ଫୋରଣ, ୪ ମୃତ

ହାଇଦ୍ରାବାଦ: ତେଲେଙ୍ଗାନାର ରଙ୍ଗା ରେଡ୍ଡୀ ଜିଲ୍ଲାର ମହେଶ୍ୱରମ୍ ମଣ୍ଡଳର ଏକ ଔଷଧ ପ୍ରସ୍ତୁତକାରୀ କମ୍ପାନୀରେ ସୋମବାର ସକାଳେ ବିସ୍ଫୋରଣ ଘଟି ନିଆଁ ଲାଗିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ମୃତ ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ଛତିଶଗଡର ବୋଲି ଜଣାପଡ଼ିଛି। ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳି ପାରି ନାହିଁ।

କମ୍ପାନୀରେ ବିସ୍ଫୋରଣ ପରେ ବିଷାକ୍ତ ଗ୍ୟାସ୍ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି।