ଏନଡିଏର ଦଳିତ କାର୍ଡକୁ ମିଳିତ ବିରୋଧୀଙ୍କ କାଉଣ୍ଟର: କୋବିନ୍ଦଙ୍କ ବିପକ୍ଷରେ ମୀରା କୁମାର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଘନେଇଲା ରାଷ୍ଟ୍ରପତି ନିର୍ବାଚନ ରାଜନୀତି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ନେଇ ସହମତି ନହେବାରୁ ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାରଙ୍କୁ ପ୍ରାର୍ଥୀ କରିଛନ୍ତି ସମସ୍ତ  ବିରୋଧୀ ଦଳ। ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଆଜି ଦିଲ୍ଲୀରେ ବସିଥିବା ବୈଠକରେ ମୀରା କୁମାରଙ୍କୁ ବିରୋଧୀ ପ୍ରାର୍ଥୀ କରିବା ଲାଗି ନିଷ୍ପତ୍ତି ହୋଇଛି। ଆଜିର ବୈଠକରେ କଂଗ୍ରେସ ସମେତ, ବାମମେଣ୍ଟ, ଏନସିପି, ଆରଜେଡି ସମେତ ୧୬ଟି ଦଳର ପ୍ରତିନିଧି ଯୋଗ ଦେଇଥିଲେ।

ଆଜି ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମୀରା କୁମାରଙ୍କ ନାଁ ଘୋଷଣା ହୋଇଥିଲେ ମଧ୍ୟ ଏନ୍‌ଡିଏ ସମର୍ଥିତ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ପଲ୍ଲା ଭାରି ରହିଛି। ତାଙ୍କୁ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବିଜେଡି ନେତା ନବୀନ ପଟ୍ଟନାୟକ, ଶିବସେନା ପ୍ରମୁଖ ସମର୍ଥନ ଦେଇଥିବାରୁ ଏନଡିଏର ପର୍ଥୀ ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଯାଇଛି।