ମେଘାଳୟ ଓ ନାଗାଲାଣ୍ଡରେ ଚାଲିଛି ଭୋଟ୍‌ଗ୍ରହଣ

ନୂଆଦିଲ୍ଲୀ: ଆଜି ମେଘାଳୟ ଓ ନାଗାଲାଣ୍ଡ ଏହି ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନ। ଏଥିପାଇଁ ଆଜି ସକାଳ ୭ଟାରୁ ଉଭୟ ରାଜ୍ୟରେ ଭୋଟ୍‌ଗ୍ରହଣ ଆରମ୍ଭ ହୋଇଛି। ଭୋଟ୍‌ଗ୍ରହଣ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ୬୦ ଆସନ ବିଶିଷ୍ଟ ମେଘାଳୟ ଓ ନାଗାଲାଣ୍ଡରେ ୫୯ଟି ଆସନ ପାଇଁ ମତଦାନ ହେଉଛି। ସକାଳ ୯ଟା ସୁଦ୍ଧା ନାଗାଲାଣ୍ଡରେ ୧୭ ପ୍ରତିଶତ ଓ ମେଘାଳୟରେ ୨୨ ପ୍ରତିଶତ ମତଦାନ ହୋଇଛି। ଆସାମ, ମଣିପୁର ଓ ଅରୁଣାଚଳ ପ୍ରଦେଶରେ ସରକାର ଗଢିବା ପରେ ବିଜେପି ଏହି ଦୁଇ ରାଜ୍ୟକୁ ବି ଦଖଲ କରିବାକୁ ସ୍ୱତନ୍ତ୍ର ରଣନୀତି କରିଛି।

ନାଗାଲାଣ୍ଡରେ ନ୍ୟାସନାଲିଷ୍ଟ ଡେମୋକ୍ରେଟିକ୍ ପ୍ରୋଗ୍ରେସିଭ୍ ପାର୍ଟି (NDPP) ସହ ବିଜେପି ମେଣ୍ଟ କରିଛି। ମାର୍ଚ୍ଚ ୩ ତାରିଖରେ ମେଘାଳୟ ଓ ନାଗାଲାଣ୍ଡ ସହ ତ୍ରିପୁରା ନିର୍ବାଚନର ମଧ୍ୟ ଭୋଟ୍ ଗଣତି ହେବ।