ଦଳ ଛାଡ଼ିଲେ କଂଗ୍ରେସର ଟାଣୁଆ ନେତା

ସିଲଂ: ମେଘାଳୟର ବରିଷ୍ଠ କଂଗ୍ରେସ ନେତା ମାର୍ଟିନ୍‌ ଏମ୍‌ ଡାଙ୍ଗୋ ଶୁକ୍ରବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଧାୟକ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ସେ ଦଳ ଛାଡ଼ିଛନ୍ତି। ଗତ ବୁଧବାର ସେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ।

ବରିଷ୍ଠ ନେତା ଡାଙ୍ଗୋ ପୂର୍ବରୁ ଦକ୍ଷିଣ ପୂର୍ବ ଖାସୀ ହିଲ୍‌ସର ରାଣୀକୋର ବିଧାନସଭା ଆସନରୁ ପାଞ୍ଚଥର ନିର୍ବାଚିତ ହୋଇଥିଲେ। ତେବେ ଗୁରୁବାର ରାତିରେ ରାଜ୍ୟ କଂଗ୍ରେସ ମୁଖିଆଙ୍କ ପାଖକୁ ଏକ ଭାବପ୍ରବଣଭରା ଚିଠି ଲେଖି ବିଧାୟକ ପଦରୁ ଇସ୍ତଫା ଦେବା ପରେ ଶୁକ୍ରବାର ସେ ଦଳ ଛାଡ଼ିଛନ୍ତି।

ନିଜ ଲୋକଙ୍କ ଇଚ୍ଛାନୁସାରେ ସେ ବିଧାୟକ ପଦ ଛାଡ଼ିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଅତ୍ୟନ୍ତ ଦୁଃଖର ସହ ସେ ଦଳ ଛାଡ଼ିଛନ୍ତି ବୋଲି ଚିଠିରେ ଉଲ୍ଲେଖ ରହିଛି। ତେବେ ସେ ଖୁବ୍‌ଶୀଘ୍ର ଏନ୍‌ପିପି ଦଳରେ ସାମିଲ୍‌ ହେବେ ବୋଲି ଜଣପଡ଼ିଛି।