ଟ୍ରମ୍ପ ଏବେ ଖୁସ୍‌, ହ୍ୱାଇଟ୍‌ ହାଉସ୍‌ରେ ଆଉ ରହିବାକୁ ପଡ଼ିବନି ଏକା ଏକା

ୱାଶିଂଟନ୍‌: ହ୍ୱାଇଟ୍‌ ହାଉସ୍‌ରେ ରହିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍।  ମେଲାନିଆ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଏହାସହିତ ସେ ହ୍ୱାଇଟ୍‌ ହାଉସ୍‌ର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ୍ ରାଷ୍ଟ୍ରପତି ହେବା ପରେ ସେ  ନ୍ୟୁୟର୍କରେ ରହୁଥିଲେ।

ଜାନୁଆରୀରେ ରାଷ୍ଟ୍ରପତି ପଦର ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ୍ ୱାଶିଂଟନ୍‌ ସ୍ଥିତ ହ୍ୱାଇଟ୍‌ ହାଉସ୍‌ରେ ରହୁଛନ୍ତ। କିନ୍ତୁ ତାଙ୍କ ପତ୍ନୀ ନ୍ୟୁୟର୍କ ସ୍ଥିତ ଟ୍ରମ୍ପ୍‌ ପେଣ୍ଟହାଉସ୍‌ରେ ରହୁଥିଲେ।

ଡୋନାଲ୍ଡ ଓ ମେଲାନିଆଙ୍କ ଏକ ୧୧ ବର୍ଷର ପୁଅ ବୋରନ୍ ନ୍ୟୁୟର୍କ ପଢୁଥିଲେ। ତେଣୁ ମଲେନିଆ ପୁଅ ବୋରନଙ୍କ ସହିତ ନ୍ୟୁୟର୍କ ରହିବାକୁ ନିଷ୍ପତ୍ତି  ନେଇଥିଲେ।

ଟ୍ରମ୍ପଙ୍କ ଅପେକ୍ଷାର ଅନ୍ତ ଶେଷ ହୋଇଛି। ଏବେ ପରିବାର ସହ ହ୍ୱାଇଟ୍‌ ହାଉସ୍‌ରେ ରହିବେ।

ରିପୋର୍ଟ ଓ ଫଟୋ-ଆଜ୍‌ତକ୍‌