ଜୟ ଶ୍ରୀରାମ ଓ ଜୟ ହନୁମାନ ନ କହିବାରୁ ରାସ୍ତା ଉପରେ ମାନସିକ ଦୁର୍ବଳ ମହିଳାଙ୍କୁ ନିସ୍ତୁକ ମାଡ଼

ଜୟପୁର: ରାଜସ୍ଥାନର ନାଗୋର ଜିଲ୍ଲାର କଳା ନାଦା ଗାଁର ରାଜରାସ୍ତାରେ ଏକ ଲୋମହର୍ଷକ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କୁ ଦୁଇ ଜଣ ବ୍ୟକ୍ତି ଏକ ପାଇପ୍‌ ଦ୍ୱାରା ନୃଶଂସା ଭାବେ ଆକ୍ରମଣ କରିଛନ୍ତି। ଏହି ମହିଳାଙ୍କୁ “ଜୟ ଶ୍ରୀରାମ ଓ ଜୟ ହନୁମାନ’ କହିବାକୁ ବାଧ୍ୟ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଏବେ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।  ମହିଳାଙ୍କ ପିଠି ଓ ପାଦରେ ଆଘାତ ଲାଗିଛି।

ମହିଳାଙ୍କୁ ପିଟିବା ସମୟରେ ଜଣେ ବ୍ୟକ୍ତି ମୋବାଇଲେ ଭିଡିଓ ତିଆରି କରି ସୋସିଆଲ୍ ମିଡିଆରେ ଭାଇରାଲ କରି ଦେଇଥିଲେ। ସୋସିଆଲ୍ ମିଡିଆରେ ଏହି ଘଟଣା ଏବେ ଚର୍ଚ୍ଚା ବିଷୟ ପାଲଟିଛି।

ନାଗୋର ଡିଏସ୍‌ପି  ଓମ୍ ପ୍ରକାଶ ଗୌତମ କହିଛନ୍ତି,“ ଏହି ଘଟଣାଟି ୧୩ ଜୁନ୍‌ରେ ଘଟିଥିଲା। ମହିଳାଙ୍କୁ ଆକ୍ରମଣ କରିଥିବା ଦୁଇ ଯୁବକ ପ୍ରକାଶ ଓ ଶ୍ରବଣଙ୍କୁ ଗିରଫ କରାଯାଇଛି। ଏହାସହିତ ଯେଉଁ ବ୍ୟକ୍ତି ଭିଡିଓ ତିଆରି କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଛି ତାକୁ ଚିହ୍ନଟ କରିବା ପାଇଁ ଚେଷ୍ଟା ଚାଲିଛି।”

ଉକ୍ତ ମହିଳା ଜଣକ ମାନସିକ ଦୁର୍ବଳ ଥିବାରୁ ସେ ଠିକ୍‌ ସେ କହିପାରୁ ନ ଥିବା ଜଣେ ପୋଲିସ୍ ଅଧିକାରୀ କହିଛନ୍ତି।