କାଲି ଲଞ୍ଚ୍ ହେବ ଏମଆଇର ଆଉ ଏକ ନୂଆ ଫୋନ୍, ଜାଣନ୍ତୁ କ’ଣ ରହିଛି ଫିଚର

ଚାଇନିଜ ମୋବାଇଲ କମ୍ପାନୀ ‘ସାଓମି’ ଆଉ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରବାକୁ ଯାଉଛି। ସୂଚନା ଅନୁଯାୟୀ ଆସନ୍ତା କାଲି ଜାଓମି ରେଡିମି 5 ଲଞ୍ଚ୍ ହେବ। ଲଞ୍ଚ ହେବା ପରେ ଏହା ଆମାଜନରେ ମିଳିବ। ଏହା ବ୍ୟତୀତ ଆପଣ ଏହାକୁ Mi.com ଓ ଏମଆଇର ହୋମ ଷ୍ଟୋରରୁ ମଧ୍ୟ କିଣି ପାରିବେ। ସୂଚନା ଅନୁଯାୟୀ ଫୋନଟି କାଲି ଦିନ ୩ଟାବେଳେ ଲଞ୍ଚ୍ ହେବ।
ଆସନ୍ତୁ ଜାଣିବା ଏହି ଫୋନର ଫିଚର ବିଷୟରେ:
୫.୭ ଇଞ୍ଚ୍ ଡିସପ୍ଲେ
୭୨୦x୧୪୪୦ ପିକ୍ସେଲ ରିଜ୍ୟୁଲୁସନ୍
ଗୋରିଲା ଗ୍ଲାସ୍
ସ୍ନାପଡ୍ରାଗନ ୪୫୦ ପ୍ରୋସେସର
ରାମ୍- ୨ଜିବି, ୩ଜିବି ଓ ୪ ଜିବି ରାମ୍
ଇଣ୍ଟରନାଲ ଷ୍ଟୋରେଜ-୧୬, ୩୨ଜିବି
ବ୍ୟାକ୍ କ୍ୟାମେରା- ୧୨ ମେଗାପିକ୍ସେଲ(ଏଲଇଡି ଫ୍ଲାସ୍)
ପ୍ରଣ୍ଟ କ୍ୟାମେରା ୫ମେଗାପିକ୍ସେଲ (ଫ୍ରଣ୍ଟ ଫ୍ଲାସ୍)
ମୂଲ୍ୟ-୮,୦୦୦ରୁ ଆରମ୍ଭ