‘ଆମ ପାକିସ୍ତାନ’ କହି ବିବାଦରେ ମିକା

ନୂଆଦିଲ୍ଲୀ:ପୁଣି ଥରେ ବିବାଦ ଘେରରେ ବଲିଉଡ୍‌ କଣ୍ଠଶିଳ୍ପୀ ମିକା ସିଂହ। ଏଥର ‘ଆମ ପାକିସ୍ତାନ’ ସଙ୍ଗୀତ କାର୍ଯ୍ୟକ୍ରମକୁ ନେଇ ମିକା ଚର୍ଚ୍ଚା ପରିସରକୁ ଆସିଛନ୍ତି । ମିକା ପ୍ରଶଂସକଙ୍କୁ ଅନୁରୋଧ କରି କହିଥିଲେ ସମସ୍ତେ ମିଶି ଭାରତ ଓ ‘ଆମ ପାକିସ୍ତାନ’ର ସ୍ୱତନ୍ତ୍ରତା ଦିବସ ପାଳନ କରିବା। ତାଙ୍କର ଏହି ବୟାନ ଟ୍ୱିଟର୍‌ରେ ଟ୍ରୋଲ ହୋଇଛି। ଅନ୍ୟପଟେ ମହାରାଷ୍ଟ୍ର ନବ ନିର୍ମାଣ ସେନାର ନେତା ଅମେୟ ଖୋପକର ତାଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ମହାରାଷ୍ଟ୍ରରେ ମିକାଙ୍କୁ ମାଇକ୍ ଧରିବାକୁ ଦେବୁ ନାହିଁ।”

୧୨ ଅଗଷ୍ଟରେ  ମିକାଙ୍କ ହୋଷ୍ଟନ୍‌ରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ରହିଛି। ଶୋ ପୂର୍ବରୁ ଏକ ଭିଡିଓ ପୋଷ୍ଟ କରି ମିକା କହିଥିଲେ,“ ଭାରତ ଓ ପାକିସ୍ତାନର ପ୍ରଶଂସକଙ୍କୁ ଅନୁରୋଧ କରୁଛି ସେମାନେ ଏହି ଶୋରେ  ସାମିଲ ହୁଅନ୍ତୁ।” ଏହି ଭିଡିଓରେ ତାଙ୍କ ସହ ପାକିସ୍ତାନ ପ୍ରମୋଟର ମଧ୍ୟ ଉପସ୍ଥିତ ଥିଲେ।

ଏହି ଭିଡିଓ ପୋଷ୍ଟ ହେବା ପରେ ମିକାଙ୍କ ମନ୍ତ‍୍ୟକୁ ନେଇ ତାଙ୍କୁ ନିନ୍ଦା କରାଯାଉଛି। ଟ୍ୱିଟରରେ ମଧ୍ୟ  ତାଙ୍କୁ ଅନେକ ଟ୍ରୋଲ କରାଯାଇଛି।